fbpx

ଏହିସବୁ ହେଉଛି ହାଡ଼ ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ, ସଚେତନ ନହେଲେ ପରେ କରିବେ ଅନୁତାପ

ସୁସ୍ଥ ଶରୀର ପାଇଁ ହାଡ଼ର ମଜବୁତ ହେବା ଜରୁରୀ ହୋଇଥାଏ । ଆଜିର ବ୍ୟସ୍ତବହୁଳ ଜୀବନଶୈଳୀ ମଧ୍ୟରେ ଖାଦ୍ୟପେୟରେ ଅବହେଳା ଯୋଗୁଁ ସ୍ୱାସ୍ଥ୍ୟ ଉପରେ ବିଶେଷ ପ୍ରଭାବ ପଡ଼ୁଛି । ବିଭିନ୍ନ ପ୍ରକାର ରୋଗ ସହ ଶରୀରର ବିଭିନ୍ନ ଅଙ୍ଗ ଉପରେ ଏହାର ପ୍ରଭାବ ପଡ଼ୁଛି । ଖାଲି ସେତିକି ନୁହେଁ ହାଡ଼ ଧୀରେ-ଧୀରେ ଦୁର୍ବଳ ହେବାକୁ ଲାଗିଥାଏ । ହାଡ଼ ଦୁର୍ବଳ ହେବାର ଏକ ମୁଖ୍ୟ କାରଣ ହେଉଛି କ୍ୟାଲିସୟମ ଅଭାବ । ଆଜିକାଲିର ସମୟରେ କମ୍ ବୟସର ଲୋକଙ୍କୁ ମଧ୍ୟ ହାଡ଼ଜନିତ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ହାଡ଼ ଦୁର୍ବଳ ହେବାଦ୍ୱାରା ଆଣ୍ଠୁ ଏବଂ ମାଂସପେଶୀରେ ଯନ୍ତ୍ରଣା ହୋଇଥାଏ । ଅନେକ ସମୟରେ ଆଣ୍ଠୁରୁ ଶବ୍ଦ ମଧ୍ୟ ହୋଇଥାଏ । ଆମେ ଆପଣଙ୍କୁ କିଛି ଏଭଳି ସଙ୍କେତ ବିଷୟରେ କହିବାକୁ ଯାଉଛୁ ଯାହାଦ୍ୱାର ଆପଣ ଜାଣିପାରିବେ ଆପଣଙ୍କ ହାଡ଼ ଦୁର୍ବଳ ହେଉଛି ।

– ହାଡ଼ ଦୁର୍ବଳ ହେବା ଦ୍ୱାରା ଦାନ୍ତ ମାଢ଼ି ଦୁର୍ବଳ ହୋଇଥାଏ । ମାଢ଼ି ଦାନ୍ତକୁ ଧରିରଖିଥାଏ ଏବଂ ଗୋଟିଏ ବର୍ଷ ପରେ ଅନ୍ୟ ହାଡ଼ ଦୁର୍ବଳ ହେବାକୁ ଲାଗିଥାଏ । ମାଢ଼ି ଦୁର୍ବଳ ହେବା ଦ୍ୱାରା ଦାନ୍ତ ଖରାପ ମଧ୍ୟ ହୋଇପାରେ ।

– ଯଦି ଆପଣଙ୍କ ନଖ ବାରମ୍ବାର ନଷ୍ଟ ହେଉଛି ତେବେ ହୋଇପାରେ ଆପଣଙ୍କ ଶରୀରରେ କ୍ୟାଲସିୟମ ଏବ କୋଲେଜନର ହ୍ରାସ ହୋଇପାରେ । ଏହି ଦୁଇ ପୋଷକ ତତ୍ତ୍ୱ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ ।

– ଭିଟାମିନ ଡି, କ୍ୟାଲିସୟମ, ମ୍ୟାଗ୍ନେସିୟମ ଏବଂ ପୋଟାସିୟମ ସହ କିଛି ଭିଟାମିନ ଏବଂ ମିନେରାଲ ହାଡ଼ର ସ୍ୱାସ୍ଥ୍ୟ ପାଇଁ ଜରୁରୀ ହୋଇଥାଏ । ଏହାର ଅଭାବରୁ ମାଂସପେଶୀ, ହାଡ଼ର ଯନ୍ତ୍ରଣା ହୋଇଥାଏ । ଯଦି ଶରୀରରେ ଏହି ଭିଟାମିନ୍ ଏବଂ ମିନେରାଲ୍ସର ଲଗାତାର କମ୍ ହେଉଥାଏ, ତେବେ ଏହାଦ୍ୱାରା ହାଡ଼ ଖରାପ ହୋଇଥାଏ ।

– ହାଡ଼ ଫ୍ରାକ୍ଚର ହେବା କାରଣରୁ ଶରୀର ଆଗକୁ ନଇଁ ଯାଉଥିବା ପରି ଲାଗିଥାଏ । ଏହା ଦୁର୍ବଳ ହାଡ଼ର ଏକ ପ୍ରାରମ୍ଭିକ ଲକ୍ଷଣ । ଅଧିକ ଓଜନ ନଥାଇ ଯଦି ଆପଣଙ୍କ ମେରୁ ହାଡ଼ ନଇଁ ରହୁଛି କିମ୍ବା ଖରାପ ଭାବରେ ବସିବା ଦ୍ୱାରା ମେରୁ ହାଡ଼ ଆଖପାଖରେ ମାଂସପେଶୀ ଦୁର୍ବଳ ହେବାକୁ ଲାଗିଥାଏ । ତାହା ସମ୍ଭବତଃ ଆପଣଙ୍କ ହାଡ଼ ଦୁର୍ବଳ ହେବାର ପ୍ରାରମ୍ଭିକ ଲକ୍ଷଣ ।

– ଯଦି ଆପଣ ବ୍ୟାୟାମ କରୁନାହାଁନ୍ତି ତେବେ ହାଡ଼ରେ ଥିବା ମାଂସରେ କମ୍ ହୋଇପାରେ । ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଓଜନ କମ୍ କରୁଥିବା ବ୍ୟାୟାମ ଦ୍ୱାରା ହାଡ଼କୁ କମ୍ କ୍ଷତି ପହଞ୍ଚିଥାଏ ଏବଂ କ୍ୟାଲସିୟମ ଏବଂ ହାଡ଼ ତିଆରି କରୁଥିବା କୋଷିକାଙ୍କ ଦ୍ୱାରା ମଜବୁତ ହାଡ଼ ହୋଇଥାଏ ।

Get real time updates directly on you device, subscribe now.