fbpx

ପ୍ରଥମଥର ପ୍ରେମରେ ପଡିବା ପୂର୍ବରୁ ଜାଣିରଖନ୍ତୁ ଏହି ଜରୁରୀ କଥା

କୌଣସି ନୂଆ ସମ୍ପର୍କରେ ବାନ୍ଧିହେବା ପରେ ପ୍ରାୟତଃ ଲୋକ ନିଜର ପରିବାର ଓ ସାଙ୍ଗସାଥୀମାନଙ୍କୁ ଅଣଦେଖା କରିବା ଆରମ୍ଭ କରିଦିଅନ୍ତି । କିନ୍ତୁ ଏପରି କଦାପି କରନ୍ତୁ ନାହିଁ, କାରଣ କୌଣସି କାରଣରୁ ଯଦି ଆପଣଙ୍କ ସମ୍ପର୍କ ସଫଳ ନହୁଏ ତେବେ ପରିବାର ଓ ବନ୍ଧୁମାନେ ହିଁ ଆପଣଙ୍କ ସହିତ ସର୍ବଦା ରହିବେ ।


ପ୍ରଥମଥର କାହା ସହ ଡେଟ୍ କରିବା ବା ସମ୍ପର୍କରେ ରହିବା, ତାହା କେବେ ବି ଶେଷ ହୋଇନଥାଏ । ଏପରି ପରିସ୍ଥିତିରେ ତୁମ ମନ ଓ ହୃହୟ ମଧ୍ୟରେ ସନ୍ତୁଳନ ଆରମ୍ଭ ହୋଇଥାଏ । ନିଜକୁ ଟିକେ ସୁରକ୍ଷିତ ରଖିବା ବି ଜରୁରୀ ହୋଇଥାଏ ।
ଯଦି ଆପଣ ନିଜ ବିଷୟରେ ସବୁକିଛି ପାର୍ଟନକୁ କହୁଛ, ତେବେ ସମାଲୋଚନା ହେବା ସ୍ୱାଭାବିକ । ଏହା ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରୁଥିବା ବେଳେ ବେଳେବେଳେ ଅଧିକ ଯନ୍ତ୍ରଣାଦାୟକ ହୋଇଥାଏ ।
ଯେକୌଣସି ସମ୍ପର୍କରେ ସମ୍ମାନ ରଖିବା ନିହାତି ଜରୁରୀ । କେବଳ ସାଥୀ ନୁହେଁ ବରଂ ନିଜେ ନିଜକୁ ସମ୍ମାନ କରିବା ଉଚିତ୍ । ଯଦି ତୁମେ ନିଜକୁ ସମ୍ମାନ କରିବ ନାହିଁ, ତେବେ ସାମନା ଲୋକ ବି ତୁମକୁ ସମ୍ମାନ କରିବ ନାହିଁ ।

ପ୍ରେମ ବ୍ୟତିତ ଆପଣଙ୍କ ଜୀବନରେ ବହୁତ କିଛି ଅଛି, ଯାହା ଆପଣଙ୍କ କରିବା ପାଇଁ ଉଚିତ୍ । ଯେପରିକି ତୁମ ପରିବାର, ଚାକିରି, ହୋମୱାର୍କ, ବନ୍ଧୁ ଇତ୍ୟାଦି । କେବଳ ଗୋଟିଏ ସମ୍ପର୍କ ପାଇଁ ଆପଣ ଏହି ସବୁକୁ ଭୁଲିପାରିବେ ନାହିଁ ।

Get real time updates directly on you device, subscribe now.