fbpx

ଫ୍ରାନ୍ସର ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ, ଜାଣନ୍ତୁ Rankingର କେତେ ନମ୍ବର ସ୍ଥାନରେ ଅଛନ୍ତି ଭାରତ ଏବଂ ପାକିସ୍ତାନ

ନୂଆଦିଲ୍ଲୀ : ୨୦୨୪ ବର୍ଷର ହେନଲେ ପାସପୋର୍ଟ ଇଣ୍ଡେକ୍ସରେ ବିଭିନ୍ନ ଦେଶର ପାସପୋର୍ଟର ରାଙ୍କିଙ୍ଗ ଜାରି କରାଯାଇଛି । ତାଲିକାରେ ଭାରତୀୟ ପାସପୋର୍ଟ ୮୫ ତମ ସ୍ଥାନରେ ଅଛି, ଯେଉଁଠାରେ ଫ୍ରାନ୍ସ ପାସପୋର୍ଟ ସବୁଠାରୁ ଶକ୍ତିଶାଳୀ ବୋଲି ବିବେଚନା କରାଯାଇଛି ଏବଂ ଫ୍ରାନ୍ସକୁ ପ୍ରଥମ ସ୍ଥାନ ମିଳିଛି । ଏକ ପ୍ରମୁଖ ବିଶ୍ୱ ଅର୍ଥନୈତିକ ଶକ୍ତି ଭାବରେ ଉଭା ହେଉଥିବା ଭାରତ ପାଇଁ ଏହା ଏକ ନିରାଶାଜନକ ବ୍ୟକ୍ତିତ୍ୱ ।

ପାୱାରଫୁଲ ପାସପୋର୍ଟ ମାମଲାରେ ପ୍ରଥମେ ଭାରତ ୮୦ ତମ ସ୍ଥାନରେ ଆସିଛି । ସେହିପରି ପାକିସ୍ତାନର କଥା କହିବାକୁ ଗଲେ ଏହାର ସ୍ଥାନ ୧୦୬ ରେ ରହିଛି । ବାଲାଂଦେଶକୁ ୧୦୨ ସ୍ଥାନ ମିଳିଥିବା ବେଳେ ମାଳଦ୍ୱୀପକୁ ଭାରତଠାରୁ ଭଲ ରାଙ୍କ ମିଳିଛି । ମଳଦ୍ୱୀପ ୫୮ତମ ସ୍ଥାନ ହାସଲ କରିଛି । କାରଣ ମାଳଦ୍ୱୀପର ପାସପୋର୍ଟ ଧାରକ ୯୬ ଦେଶରେ ଭିଜା-ମୁକ୍ତ ଯାତ୍ରାର ଆନନ୍ଦ ନେଉଛନ୍ତି । ପଡୋଶୀ ଦେଶ ପାକିସ୍ତାନର ପାସପୋର୍ଟ ଦୁନିଆର ଚତୁର୍ଥତମ ଦୁର୍ବଳ ପାସପୋର୍ଟ ଅଟେ ।

ଦୁନିଆର ବିଭିନ୍ନ ଦେଶର ପାସପୋର୍ଟ ପାୱାର ଏହି ଆଧାର ଉପରେ ଅଙ୍କାଯାଏ ଯେ, କେତେ ଦେଶରେ ଭିଜା-ଫ୍ରୀ-ଏଣ୍ଟ୍ରୀ ମିଳୁଛି । ଏହି ରିପୋର୍ଟରେ ଜଣାପଡୁଛି ଯେ, ଭାରତୀୟ ପାସପୋର୍ଟ ଧାରକ ଯେଉଁ ଦେଶରେ ଭିଜା ଫ୍ରି ଆକ୍ସେସ କରୁଛି, ସେହି ଦେଶରେ ଭୁଟାନ, ବ୍ରିଟିଶ ବାର୍ଜିନ ଆଇଲ୍ୟାଣ୍ଡ, ବାରବାଡୋସ, ଥାଇଲ୍ୟାଣ୍ଡ, ଜାର୍ଡନ, ମାଲେସିୟା, ମାଳଦ୍ୱୀପ, ଶ୍ରୀଲଙ୍କା, ମରିଶସ ଏବଂ ଇଣ୍ଡୋନେସିଆ ଆଦି ସାମିଲ ଅଛନ୍ତି ।

Get real time updates directly on you device, subscribe now.