fbpx

IRCTC ଆଣିଲା ନୂଆ ଫିଚର୍ସ: ଏଣିକି ଟିକେଟ୍ କନଫର୍ମ ହେବା ପରେ ହିଁ କଟିବ ଟଙ୍କା

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରାକୁ ଆନନ୍ଦଦାୟକ କରିବା ପାଇଁ ଭାରତୀୟ ରେଳ ଅନେକ ପଦକ୍ଷେପ ନେଉଛି । ବର୍ତ୍ତମାନ ରେଳ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । ଯଦି ଆପଣ ଅନଲାଇନରେ ଟିକେଟ୍ ବୁକ୍ କରନ୍ତି, ତେବେ ତୁରନ୍ତ ଦେୟ ଦେବାକୁ ପଡିଥାଏ ଏବଂ ଆକାଉଣ୍ଟରୁ ତୁରନ୍ତ ଟଙ୍କା ମଧ୍ୟ କଟିଯାଏ, କିନ୍ତୁ ବର୍ତ୍ତମାନ ତାହା ହେବ ନାହିଁ ।

ଏବେ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏକ ନୂଆ ଫିଚର୍ସ ଆଣିଛି । ଏହି ଫିଚର୍ସର ନାମ ହେଉଛି ଅଟୋ-ପେ । ଏଥିରେ ଟିକେଟ୍ ନିଶ୍ଚିତ ହେବା ପରେ ଆକାଉଣ୍ଟରୁ ଟଙ୍କା କଟିବ । ଯଦି ଟିକେଟ୍ କନଫର୍ମ ନହୁଏ, ତେବେ ଟଙ୍କା ଆକାଉଣ୍ଟରେ ରହିବ ।

ଆଇଆରସିଟିସି ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ର ଶୀର୍ଷରେ ଦେଖାଯାଇଥିବା ଏହି ଫିଚର୍ସକୁ ଆପଣ ଦେଖିବେ । ଅଟୋପେ ସେବା କିପରି କାମ କରେ ଆସନ୍ତୁ ଜାଣିବା ।

ଅଟୋପେ କିପରି କାମ କରେ?

ଅଟୋ ପେ’ରେ ଏଣିକି ଟିକେଟ୍ ବୁକିଂ କରିବା ସମୟରେ ଆପଣଙ୍କୁ ଆଉ ତୁରନ୍ତ ଦେୟ ଦେବାକୁ ପଡିବ ନାହିଁ । ଆପଣଙ୍କ ଟିକେଟ୍ ର ପରିମାଣ ବ୍ଲକ୍ ହୋଇଯାଏ । ଟିକେଟ୍ କନଫର୍ମ ହେବା ପରେ ଆକାଉଣ୍ଟରୁ ଟଙ୍କା କଟିବ, ନଚେତ୍ କଟିବ ନାହିଁ । ଯଦି ଟିକେଟ୍ କନଫର୍ମ ନହେବ ତେବେ ବ୍ଲକ୍ କିମ୍ବା ଧାର୍ଯ୍ୟ ଟଙ୍କା ଆକାଉଣ୍ଟରେ ରହିଥାଏ । ଏହି ସେବା ପରେ ବର୍ତ୍ତମାନ ଯାତ୍ରୀଙ୍କୁ ରିଫଣ୍ଡ ପାଇଁ ଅପେକ୍ଷା କରିବାକୁ ପଡିବ ନାହିଁ ।

Get real time updates directly on you device, subscribe now.