fbpx

ଜାମ୍ମୁ-କାଶ୍ମୀରର ପୂର୍ବତନ ରାଜ୍ୟପାଳଙ୍କ ଘରେ ସିବିଆଇ ରେଡ୍‌, ଜାଣନ୍ତୁ କାହିଁକି

AAKASH

ନୂଆଦିଲ୍ଲୀ: ଗୁରୁବାର ଜାମ୍ମୁ କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ଘରେ ଚଢ଼ାଉ କରିଛି ସିବିଆଇ । ହାଇଡ୍ରୋଇଲେକ୍ଟ୍ରିକ୍ ପ୍ରୋଜେକ୍ଟ କଣ୍ଟ୍ରାକ୍ଟ ସହ ଜଡ଼ିତ ଦୁର୍ନିତି ମାମଲାରେ ସିବିଆଇ ସତ୍ୟପାଲଙ୍କ ଘର ସମେତ ଅନ୍ୟ ୩୦ଟି ସ୍ଥାନରେ ଚଢ଼ାଉ କରିଛି ।

ସୂଚନାରୁ ପ୍ରକାଶ ସତ୍ୟପାଲ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ସମୟରେ କିସ୍ତୱାଡ଼ାର ଚେନାବ ନଦୀ ଉପରେ ପ୍ରସ୍ତାବିତ କିରୁ ହାଇଡ୍ରୋଇଲ୍ଟ୍ରେିକ୍ ପ୍ରକଳ୍ପ ସମ୍ପର୍କିତ ଦୁଇ ଫାଇଲକୁ ମଞ୍ଜୁରୀ ଦେବା ପାଇଁ ୩୦୦ କୋଟି ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା । ଏହି କାମ ପାଇଁ ୨୦୧୯ରେ ୨୨୦୦ କୋଟି ଟଙ୍କାର ସିଭିଲ ୱାର୍କ ଟେଣ୍ଡର ଦେବାକୁ ନେଇ ଦୁର୍ନିତି ଅଭିଯୋଗ ହୋଇଥିଲା । ଗତ ମାସରେ ସିବିଆଇ ଏହି ମାମଲାକୁ ଦିଲ୍ଲୀ ସମେତ ଜାମ୍ମୁ କାଶ୍ମୀରର ୮ଟି ସ୍ଥାନରେ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ୨୧ ଲକ୍ଷ ଟଙ୍କା ନଗଦ ଏବଂ କିଛି ଡିଜିଟାଲ ଉପକରଣ, କମ୍ପ୍ୟୁଟର, ସମ୍ପତ୍ତି ଦସ୍ତାବିଜ୍ ଆଦି ଜବତ କରିଥିଲା ।

ତେବେ ଏହା ପ୍ରଥମ ଘଟଣା ନୁହେଁ କି କିରୁ ଜଳ ବିଦ୍ୟୁତ୍ ପ୍ରକଳ୍ପ ମାମଲାରେ ସତ୍ୟପାଲ ମଲିକଙ୍କ ଘର ଉପରେ ସିବିଆଇ ଚଢ଼ାଉ କରିସାରିଛି। ଗତ ବର୍ଷ ମେ ମାସରେ ମଧ୍ୟ ସିବିଆଇ ସମାନ ମାମଲାରେ ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା, ସେଥିମଧ୍ୟରୁ ସତ୍ୟପାଲ ମଲିକଙ୍କ ପୂର୍ବତନ ସହଯୋଗୀଙ୍କ ଘର ଅନ୍ୟତମ। ତଦନ୍ତକାରୀ ସଂସ୍ଥା ସତ୍ୟପାଲ ମଲିକଙ୍କ ମିଡିଆ ପରାମର୍ଶଦାତା ଥିବା ସାଉନାକ ବାଲିଙ୍କ ଘରେ ଚଢ଼ାଉ କରିଥିଲା।

Get real time updates directly on you device, subscribe now.