‘ଆମେ ସହମତ ନୁହେଁ..’: କେନ୍ଦ୍ରର କିଛି ଆକାଉଣ୍ଟକୁ ବନ୍ଦ କରାଯିବା ନେଇ ଉତ୍ତର ଦେଲା X

ନୂଆଦିଲ୍ଲୀ: ଏଲନ ମସ୍କଙ୍କ କମ୍ପାନୀ ଏକ୍ସ ପକ୍ଷରୁ କୁହାଯାଇଛି ଯେ, କେନ୍ଦ୍ର ସରକାର ମାଇକ୍ରୋବ୍ଲଗିଂ ସାଇଟର କିଛି ଆକାଉଣ୍ଟ ଏବଂ ପୋଷ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । କିନ୍ତୁ ଆମେ ଏହି କାର୍ଯ୍ୟଗୁଡ଼ିକ ପାଇଁ ଅସହମତ ଏବଂ ନିଜର ମତ ପ୍ରକାଶ କରିବାର ସ୍ୱାଧୀନତା ଆଧାରରେ ଏହି ପୋଷ୍ଟଗୁଡ଼ିକ ବନ୍ଦ କରାଯିବା ଉଚିତ ନୁହେଁ । ସେ ଅଭିବ୍ୟକ୍ତିର ସ୍ୱାଧୀନତା ବଜାୟ ରଖିବା ପାଇଁ ମଧ୍ୟ ତାଙ୍କର ପ୍ରତିବଦ୍ଧତାକୁ ସୂଚିତ କରିଛନ୍ତି । ବିଶ୍ୱସ୍ତରୀୟ ସରକାରୀ ବ୍ୟାପାର ଟିମ କହିଛନ୍ତି ଯେ, ଆଇନଗତ ପ୍ରତିବନ୍ଧକ ହେତୁ ସେମାନେ କେନ୍ଦ୍ର ସରକାରଙ୍କ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ପ୍ରକାଶ କରିବାରେ ଅସମର୍ଥ, କିନ୍ତୁ ପାରଦର୍ଶିତା ପାଇଁ ସେମାନଙ୍କୁ ସାର୍ବଜନୀନ କରିବା ଆବଶ୍ୟକ ।

ଏକ୍ସର ଗ୍ଲୋବାଲ ଗଭର୍ଣ୍ଣମେଣ୍ଟ ଆଫେୟର୍ସରେ ପୋଷ୍ଟ କରାଯାଇଛି ଯେ, ଭାରତ ସରକାରଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶ ପାଇଁ ବିଶେଷ ଆକାଉଣ୍ଟ ଏବଂ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ କଥା କୁହାଯାଇଛି । ଯେଉଁଥିରେ ପର୍ଯ୍ୟାପ୍ତ ଜରିମାନା ଏବଂ କାରାଦଣ୍ଡ ଅନ୍ତର୍ଭୁକ୍ତ ଅଛି । ଏହି ନିର୍ଦ୍ଦେଶର ଉତ୍ତରରେ ଏକ୍ସ କହିଛନ୍ତି ଯେ, ସେ କେବଳ ଭାରତ ଭିତରେ ଏହି ଆକାଉଣ୍ଟ ଏବଂ ପୋଷ୍ଟକୁ ବନ୍ଦ କରିଦେବ, ହେଲେ ଏକ୍ସ ଏହି କାର୍ଯ୍ୟକାରୀତାକୁ ନେଇ ଅସହମତି ବ୍ୟକ୍ତ କରିଛି ଏବଂ କହିଛି ଯେ, ଲୋକମାନଙ୍କୁ ମତ ପ୍ରକାଶ କରିବାର ସ୍ୱତନ୍ତ୍ରତା ମିଳିବା ଆବଶ୍ୟକ ।