fbpx

ଆଜିଠୁ ରାଜ୍ୟରେ କମିବ ତାତି, ୨୮ ପର୍ଯ୍ୟନ୍ତ ହାଲୁକା ବର୍ଷାର ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ତାତିରୁ ମିଳିବ ଆଶ୍ୱସ୍ତି, ବଦଳିବ ପାଗ । କାରଣ ୨୮ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକା ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଆଜିଠୁ କମିବ ଦିନର ତାପମାତ୍ରା ମଧ୍ୟ ହ୍ରାସ ପାଇବ । ଆସନ୍ତାକାଲିଠୁ ତାପମାତ୍ରାରେ ଆହୁରି ପରିବର୍ତ୍ତନ ହେବ ବୋଲି ଜଣାଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ କି ଚଳିତ ବର୍ଷ ତାପମାତ୍ରା ବହୁତ ଅଧିକ ରହିବ ବୋଲି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ ଲଗାଇଛନ୍ତି ।

ଗତ କିଛିଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନର ତାପମାତ୍ରା ୩୬ ଡିଗ୍ରୀ ଛୁଇଁଥିଲା । ବିଶେଷକରି ରାଜଧାନୀ ଭୁବନେଶ୍ୱରର ବହୁତ ଖରା ଅନୁଭୂତ ହେଉଥିଲା । ଫେବୃୟାରୀ ମାସରୁ ଏତେ ଖରାକୁ ନେଇ ସମସ୍ତେ ଆଗାମୀ ଦିନର ଅବସ୍ଥାକୁ ନେଇ ଆତଙ୍କିତ ହୋଇପଡିଥିଲେ । ଏବେ ପାଣିପାଗ ବିଭାଗ ପକ୍ଷରୁ ଏହି ଖବର ସମସ୍ତଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି ।

Get real time updates directly on you device, subscribe now.