fbpx

ପୃଥିବୀ ଆଡକୁ ମାଡିଆସୁଛି ଆଉ ଏକ ସାଟେଲାଇଟ୍‌, ମହାକାଶ ଜଗତରୁ ଆସିଲା ବଡ଼ ଖବର

ଓଡ଼ିଶା ଭାସ୍କର: ମହାକାଶ ଜଗତରୁ ଆସିଛି ଏକ ବଡ଼ ଖବର। ପୃଥିବୀ ଆଡକୁ ମାଡିଆସୁଛି ERS-2 ନାମକ ଏକ ସାଟେଲାଇଟ୍‌ । ଏହା ଆଉ କିଛି ସମୟ ପରେ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବ। ଏନେଇ ବୈଜ୍ଞାନିକମାନେ ସତର୍କ ରହିଛନ୍ତି। ପ୍ରାୟ ଦୀର୍ଘ ୩୦ ବର୍ଷ ପରେ ଏହି ସାଟେଲାଇଟ୍‌ ମାଡି ଆସୁଥିବା ନେଇ ଜଣାପଡିଛି। ତେବେ ଏହା ପୃଥିବୀ ଉପରେ ଖସି ପଡିଲେ ତାହାର ପ୍ରଭାବ କ’ଣ ରହିବ ସେନେଇ ଚର୍ଚ୍ଚା ଲାଗି ରହିଛି। ଏଭଳି ପରିସ୍ଥିତିରେ ଏହା ପୃଥିବୀ ପୃଷ୍ଠଭାଗରେ ଖସିପଡିବ ନା ବାୟୁମଣ୍ଡଳରେ ସଂପୂର୍ଣ୍ଣ ନଷ୍ଟ ହୋଇଯିବ, ତାହା ସ୍ପଷ୍ଟ ଭାବେ ଜଣାପଡ଼ି ନାହିଁ।

ସୂଚନା ଅନୁଯାୟୀ, ୧୯୯୧ ମସିହାରେ ଆର୍ଥ ରିମୋଟ ସେନସିଂ ବା ERS-1 ସାଟେଲାଇଟ ମହାକାଶକୁ ଛଡାଯାଇଥିଲା। ବନ୍ୟା, ସମୁଦ୍ର ତାପମାତ୍ରା, ପୃଥିବୀ ପୃଷ୍ଠରେ ବରଫ ଆସ୍ତରଣର ଗତି, ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଉପରେ ନଜର ରଖୁଥିଲା ଏହି ERS-1 ସାଟେଲାଇଟ୍‌। ହେଲେ ERS-2 ପୃଥିବୀ ଉପର ଭାଗରେ ଥିବା ଓଜନ ଲେୟାର ଉପରେ ଅନେକ ବୈଜ୍ଞାନିକ ତଥ୍ୟ ଯୋଗାଉଥିଲା। ଏହାକୁ ୧୯୯୫ ମସିହା ଏପ୍ରିଲ ୨୧ ତାରିଖରେ ମହାକାଶକୁ ପଠା ଯାଇଥିଲା। ଆଉ ଏହି ERS-2 ସାଟେଲାଇଟ୍ ୨୦୧୧ ମସିହା ପରଠୁ ମହାକାଶରେ ଅଚଳ ହୋଇଯାଇଛି। ଏଥିସହ ଏହା ଆଉ ମହାକାଶ ବିଜ୍ଞାନୀଙ୍କ କଣ୍ଟ୍ରୋଲରେ ନାହିଁ। ଏଣୁ ଦୀର୍ଘ ପ୍ରାୟ ୩୦ ବର୍ଷ ପରେ ଏହା ବର୍ତ୍ତମାନ ତଳକୁ ଖସୁଛି। ତେବେ ଏହା ପୃଥିବୀ ପୃଷ୍ଠ ଛୁଇଁବା ମାତ୍ରେ ବାୟୁମଣ୍ଡଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବ ବୋଲି କୁହାଯାଉଛି। ହେଲେ ତଥାପି କିଛି ମହାକାଶ ବିଜ୍ଞାନୀ ଏହାକୁ ନେଇ କିଛି ଭିନ୍ନ ଆକଳନ କରିଛନ୍ତି। ପୃଥିବୀ ପୃଷ୍ଟରେ ଏହାର ଛୋଟ ଟୁକୁଡା ପଡିପାରେ ବୋଲି ସେମାନେ ଆଶଙ୍କା କରୁଛନ୍ତି। ଯଦି ବି ପୃଥିବୀ ପୃଷ୍ଠରେ ପଡିବ, ଏହାର ପ୍ରଭାବ କମ ରହିବ ବୋଲି କୁହାଯାଉଛି।

ୟୁରୋପିଆନ୍‌ ସ୍ପେଶ ଏଜେନ୍ସି ସୂଚନା ଅନୁଯାୟୀ, ପ୍ରାୟ ୨ ଟନ ଓଜନର ଏହି ଅକାମୀ ହୋଇଯାଇଥିବା ସାଟେଲାଇଟ ପୃଥିବୀ ପୃଷ୍ଠ ଛୁଇଁବା ପୂର୍ବରୁ ପ୍ରାୟ ୮୦ କିଲୋମିଟର ଉଚ୍ଚତାରୁ ବିଭିନ୍ନ ଖଣ୍ଡରେ ପରିଣତ ହୋଇଯିବ। ଏବଂ ଉକ୍ତ ସାଟେଲାଇଟର ଛୋଟ ଛୋଟ ଟୁକୁରା ବିକ୍ଷୀପ୍ତ ଭାବେ ଏଠିସେଠି ପଡିପାରେ। ପୂର୍ବ ଆଫ୍ରିକା, ୟୁରୋପ, ନର୍ଥ ଆମେରିକା କିମ୍ବା ଏସିଆ ମହାଦେଶ ଭାଗରେ ଖସିପାରେ ବୋଲି ଆକଳନ କରାଯାଉଛି।

 

Get real time updates directly on you device, subscribe now.