fbpx

ସମୟ ସହ ବୈବାହିକ ଜୀବନ Boring ହୋଇଯାଇଛି କି ? ସମ୍ପର୍କରେ ଆଣନ୍ତୁ ସ୍ପାର୍କ, ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଶା ଭାସ୍କର: ଆଜିକାଲି ଅନଲାଇନ୍ ଯୁଗ । ହାତ ଟିପରେ ସାରା ଦୁନିଆ । ସେହିପରି ଭଲପାଇବା ବି ଏକ ପ୍ରକାର ଡିଜିଟାଲ ହୋଇଯାଇଛି । ବିଶେଷ କରି ଯୁବପିଢ଼ିମାନେ ଯେତେ ଶୀଘ୍ର ପ୍ରେମ ନିବେଦନ କରୁଛନ୍ତି ଯେତିକି ଶୀଘ୍ର ସେମାନଙ୍କ ମଧ୍ୟରେ ବ୍ରେକଅପ୍ ହେଉଛି । ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବଜାୟ ରଖିବା ଯେମିତି ଏକ ପ୍ରକାର ଆହ୍ୱାନ ପାଲଟିଯାଇଛି । ଏହି କ୍ରମରେ ଦମ୍ପତ୍ତି ମଧ୍ୟ ପଛରେ ନାହାଁନ୍ତି । ଆଜିକାଲି ଅଧିକାଂଶ ଦମ୍ପତ୍ତି କର୍ମଜୀବୀ ହୋଇଥିବାରୁ ପରସ୍ପରକୁ ସେତେଟା ସମୟ ଦେଇପାରୁ ନାହାଁନ୍ତି । ଫଳରେ ବିବାହର କିଛି ବର୍ଷ ପରେ ସେମାନଙ୍କ ସମ୍ପର୍କରେ ମଧୁରତାର ଅଭାବ ଦେଖାଦେଇଥାଏ । ପରବର୍ତ୍ତୀ ସମୟରେ ବୈବାହିକ ଜୀବନ ବୋରିଂ ହେଲା ପରି ମନେ ହୁଏ । ଆପଣଙ୍କ ବୈବାହିକ ଜୀବନରେ ଏପରି କିଛି ଲକ୍ଷଣ ଦେଖାଯାଉଥିଲେ ସତର୍କ ହୋଇଯାନ୍ତୁ । ନଚେତ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ସମ୍ଭାବନା ରହିଛି । ନିଜ ବୈବାହିକ ଜୀବନକୁ Boringରୁ interesting କରିବା ପାଇଁ ଏହି ସବୁ ଟିପ୍ସ ଆପଣାନ୍ତୁ ।

୧. କ୍ୟାଲିଟି ଟାଇମ୍‌: ଜୀବନର ବ୍ୟସ୍ତତା ଭିତରୁ ନିଜ ପାର୍ଟନରଙ୍କ ସହ କ୍ୟାଲିଟି ଟାଇମ୍ ବିତାଇବା ପାଇଁ ଚେଷ୍ଟା କରନ୍ତୁ । କଥାବାର୍ତ୍ତା ସମୟରେ ଫୋନର ବ୍ୟବହାର କରନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କ ମଧ୍ୟରେ ଥିବା ସମ୍ପର୍କ ସୁଦୃଢ଼ ହୋଇଥାଏ । ପାର୍ଟନରଙ୍କ ସହ କେବଳ ଶାରୀରିକ ଭାବେ ନୁହେଁ ବରଂ ମାନସିକ ଭାବରେ ମଧ୍ୟ ଉପସ୍ଥିତ ରୁହନ୍ତୁ । ନିଜ ସମ୍ପର୍କକୁ କିପରି interesting କରିପାରିବେ ସେ ବିଷୟରେ ଆଲୋଚନା କରନ୍ତୁ ।

୨. ଏକାଠି ଚାହା ପିଅନ୍ତୁ: କର୍ମମୟ ଜୀବନରେ ପାର୍ଟନରଙ୍କୁ ପରସ୍ପର ସହ କମ୍ ସମୟ ମିଳିଥାଏ । ତେଣୁ ଛୁଟି ଦିନରେ ଏକାଠି ବସି ଚାହା ପିଅନ୍ତୁ । ଲଞ୍ଚ୍ ଏବଂ ଡିନର ମଧ୍ୟ କରିପାରିବେ । ଏଭଳି ଛୋଟ ଛୋଟ ଅଭାସ ଦ୍ୱାରା ପାର୍ଟନରଙ୍କ ସହ ଅଧିକ ସମୟ ବିତାଇପାରିବେ ।

୩. ଶୋଇବା ପୂର୍ବରୁ କଥା ହୁଅନ୍ତୁ: ଅଧିକାଂଶ ସମୟରେ ଦେଖାଯାଏ ଯେ ଦମ୍ପତ୍ତି ଶୋଇବା ପୂର୍ବରୁ ମୋବାଇଲ କିମ୍ବା ଲାପ୍‌ଟପରେ ବ୍ୟସ୍ତ ରୁହନ୍ତି । କିଛି ଦମ୍ପତ୍ତି ବିଳମ୍ବିତ ରାତି ଯାଏଁ ଘରେ ଅଫିସ୍ କାମ କରିଥାନ୍ତି । ଏଭଳି କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି କରିପାରେ ।

୪. ପ୍ରୋତ୍ସାହିତ କରନ୍ତୁ: ପାର୍ଟନରଙ୍କୁ ସେମାନଙ୍କ ଅନ୍ତର୍ନିହିତ ପ୍ରତିଭା ଏବଂ ଦକ୍ଷତାକୁ ପ୍ରୋତ୍ସାହିତ କରନ୍ତୁ । ଏହା ବ୍ୟତୀତ ଦୈନନ୍ଦିନ ଜୀବନରେ ଛୋଟ ଛୋଟ କାର୍ଯ୍ୟ ପାଇଁ ପ୍ରଶଂସା କରନ୍ତୁ ଯେପରି ଆଜି ରୋଷେଇ ଭଲ ହୋଇଥିଲା, ଆଜି ବହୁତ ସୁନ୍ଦର ଦେଖାଯାଉଛ, ତୁମକୁ ଏଇ ରଂଗ ବେଶ ମାନେ ଇତ୍ୟାଦି । ପାର୍ଟନର କରୁଥିବା ପ୍ରତ୍ୟେକ କାମରେ ସହଯୋଗ କରନ୍ତୁ । ଏହା ଆପଣଙ୍କ ସମ୍ପର୍କକୁ ଦୀର୍ଘସ୍ଥାୟୀ ରଖିଥାଏ ।

 

 

Get real time updates directly on you device, subscribe now.