fbpx

ଜ୍ଞାନବ୍ୟାପୀ ମାମଲା: ହିନ୍ଦୁମାନେ ପୂଜା କରିବେ ନା ନାହିଁ, ଆଜି ଶୁଣାଣି କରିବେ ହାଇକୋର୍ଟ

ନୂଆଦିଲ୍ଲୀ: ବାରଣାସୀରେ ଜ୍ଞାନବ୍ୟାପୀର ତେହଖାନାରେ ହିନ୍ଦୁପକ୍ଷଙ୍କ ପୂଜା କରିବା ସମ୍ବନ୍ଧୀୟ ପିଟିସନ ଉପରେ ଆଜି ଆହ୍ଲାବାଦ ହାଇକୋର୍ଟ ଶୁଣାଣି କରିବେ । ଜ୍ଞାନବ୍ୟାପୀର ତେହଖାନାରେ ହିନ୍ଦୁମାନଙ୍କୁ ପୂଜା କରିବା ପାଇଁ ଅନୁମତି ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆହ୍ଲାବାଦ ହାଇକୋର୍ଟ ଆଜି ଏହାର ଶୁଣାଣି କରିବେ । ଜାନୁଆରୀ ୩୧ରେ ବାରଣାସୀ ଜିଲ୍ଲା କୋର୍ଟ ରାୟ ଶୁଣାଇଥିଲେ ଯେ, ଜଣେ ପୂଜାରୀ ଜ୍ଞାନବ୍ୟାପୀ ମସଜିଦର ଦକ୍ଷିଣ ତେହଖାନାରେ ପୂଜା କରିପାରିବେ ।

ବାରଣାସୀ ଜିଲ୍ଲା ଅଦାଲତ ଏହି ଆଦେଶ ଶୈଳେନ୍ଦ୍ର କୁମାର ପାଠକଙ୍କ ପିଟିସନରେ ଉଲ୍ଲେଖ କରାଯାଇଛି ଯେ, ତାଙ୍କ ଅଜା ସୋମନାଥ ବ୍ୟାସ ଡିସେମ୍ବର ୧୯୯୩ ମସିହା ପର୍ଯ୍ୟନ୍ତ ପୂଜା ଅର୍ଚ୍ଚନା କରିଥିଲେ । ପାଠକ ଅନୁରୋଧ କରିଛନ୍ତି ଯେ, ଏକ ବଂଶାନୁଗତ ପୂଜାରୀ ଭାବେ ସେ ତେହଖାନାରେ ପ୍ରବେଶ କରିବା ଏବଂ ପୂଜା ପୁଣି ଥରେ ଆରମ୍ଭ କରିବାର ଅନୁମତି ଦିଆଯାଉ ।

ବାରଣାସୀ ଜିଲ୍ଲା ଅଦାଲତର ଆଦେଶରେ ମସଜିଦ ପରିସରରେ ଭାରତୀୟ ପୁରାତନ ସର୍ବେକ୍ଷଣର ରିପୋର୍ଟ ସାର୍ବଜନୀନ ହେବାର ଗୋଟିଏ ଦିନ ପରେ ଆସିଲା । ଏହି ମାମଲାରେ ଏଏସଆଇ ସର୍ବେକ୍ଷଣରୁ ଜଣାପଡିବା କଥା ଉପରେ ଅଦାଲତ କହିଥିଲେ ଯେ, ମସଜିଦର ନିର୍ମାଣ ଔରଙ୍ଗଜେବଙ୍କ ଶାସନ ସମୟରେ ଏକ ହିନ୍ଦୁ ମନ୍ଦିରର ଭଗ୍ନାବଶେଷ ତଳେ କରାଯାଇଛି ।

Get real time updates directly on you device, subscribe now.