fbpx

ହୋଲିରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ: ଜାଣନ୍ତୁ କ’ଣ କରିବେ, କ’ଣ କରିବେନି…

ଓଡ଼ିଶା ଭାସ୍କର: ବର୍ଷର ତୃତୀୟ ମାସ ଅର୍ଥାତ୍ ମାର୍ଚ୍ଚ ମାସ ଆରମ୍ଭ ହୋଇଯାଇଛି । ଏହି ମାସ ପର୍ବପର୍ବାଣୀ ପାଇଁ ମଧ୍ୟ ଖୁବ ଶୁଭ ହୋଇପାରେ । ଏହି ମାସରେ ଫୁଲେରା ଦୁଜ, ହୋଲିକା ଦହନ, ହୋଲି ଏବଂ ମହାଶିବରାତ୍ରି ଭଳି ଅନେକ ପ୍ରମୁଖ ପର୍ବ ପାଳନ ହେବ । ମାର୍ଚ୍ଚ ମାସରେ ଶନି ଉଦୟବାନ ହେବେ । ଏହାସହିତ ଗ୍ରହମାନଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି । ଏହି ମାସରେ ହୋଲି ଦିନ ର୍ବେର ପ୍ରଥମ ଚନ୍ଦ୍ରଗ୍ରହଣ ମଧ୍ୟ ଲାଗିବ ।

ମାର୍ଚ୍ଚ ମାସ ୨୫ ତାରିଖରେ ହୋଲି ଦିନରେ ଚନ୍ଦ୍ରଗ୍ରହଣ ଲାଗିବ । ଏହି ଚନ୍ଦ୍ରଗ୍ରହଣ ସକାଳ ୧୦.୨୪ରେ ଆରମ୍ଭ ହୋଇ ୦୩.୦୧ପର୍ଯ୍ୟନ୍ତ ଚନ୍ଦ୍ରଗ୍ରହଣ ରହିବ । ତେବେ ହୋଲିର ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହି ଚନ୍ଦ୍ରଗ୍ରହଣ ଆମେରିକା, ଜାପାନ, ଋଷ, ଆୟରଲାଣ୍ଡ, ଇଂଲଣ୍ଡ, ସ୍ପେନ, ପର୍ତ୍ତୁଗାଲ ଏବଂ ଇଟାଲୀ ଇତ୍ୟିାଦି ଦେଶରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଯେହେତୁ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ, ଏହାର ସୂତାକ ଅବଧି ମଧ୍ୟ ବୈଧ ନୁହେଁ ।

ଏହିଦିନ ସାରା ଦେଶରେ ହୋଲି ପର୍ବ ବି ପାଳନ କରାଯିବ । ହିନ୍ଦୁ ଧର୍ମରେ ଗ୍ରହଣକୁ ଶୁଭ ମନେ କରାଯାଏ ନାହିଁ । ଗ୍ରହଣରେ କରାଯାଉଥିବା କୌଣସି ବି କାର୍ୟ୍ୟ ଶୁଭ ମନେ କରାଯାଏ ନାହିଁ । କୁହାଯାଏ ଗ୍ରହଣ ସମୟରେ ନକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ, ଯାହାର ପ୍ରଭାବ ପୁରା ବ୍ରହ୍ମାଣ୍ଡ ଉପରେ ପଡିଥାଏ । ଚଳିତ ଥର ହୋଲି ଗ୍ରହଣ କାଳରେ ହିଁ ପାଳନ କରାଯିବ । ଏହି କ୍ରମରେ ଆସନ୍ତୁ ଜାଣିବା ହୋଲି ଦିନ ଚନ୍ଦ୍ରଗ୍ରହଣ କେଉଁ ସମୟରେ ଲାଗିବ ଓ ଏହାର ପ୍ରଭାବ କ’ଣ ରହିବ ।

ଚଳିତ ବର୍ଷ ୨୫ ମାର୍ଚ୍ଚ ୨୦୨୪ ତାରିଖ ସକାଳ ୧୦ଟା ୨୩ ମିନିଟ୍‌ରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହେଉଛି ଓ ଏହା ୨୫ ମାର୍ଚ୍ଚ ଦ୍ୱିପ୍ରହର ୩ଘ. ୨ମିନିଟ୍ ପର୍ୟ୍ୟନ୍ତ ରହିବ । କିନ୍ତୁ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବ ନାହିଁ । ଫଳରେ ଏହା ଭାରତରେ ମାନ୍ୟ ବି ହେବ ନାହିଁ । ତେଣୁ ହୋଲି ପର୍ବ ଉପରେ ଏହାର ପ୍ରଭାବ ପଡିବ ନାହିଁ । ତେଣୁ ଚନ୍ଦ୍ରଗ୍ରହଣ ସତ୍ତ୍ୱେ ବି ଆପଣ ଏହିଦିନ ରୀତିନୀତିର ସହ ହୋଲି ପାଳନ କରିପାରିବେ ।

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ରାଶିମାନଙ୍କ ଲାଗି ରହିବ ଶୁଭ । ମିଥୁନ, ସିଂହ, କନ୍ୟା, ବିଛା, ଧନୁ ଓ ମକର ରାଶି ଲାଗି ଏହି ଚନ୍ଦ୍ରଗ୍ରହଣ ଶୁଭ ପରିଣାମ ଦେବ । ଏହି ରାଶିର ଲୋକଙ୍‌କୁ ଚନ୍ଦ୍ର ଗ୍ରହଣର ବିଶେଷ ଫଳ ମିଳିବ । ତେବେ ବର୍ଷର ଏହି ପ୍ରଥମ ଚନ୍ଦ୍ରଗ୍ରହଣ ୟୁରୋପ, ଜାପାନ, ଉତ୍ତରପୂର୍ବ ଏସିଆ, ଫ୍ରାନ୍ସ, ହଲାଣ୍ଡ, ସ୍ୱିଜରଲ୍ୟାଣ୍ଡ, ବେଲଜିୟମ, ଆର‌୍ୟଲ୍ୟାଣ୍ଡ, ସ୍ପେନ୍‌, ପର୍ତ୍ତୁଗାଲ, ଅଷ୍ଟ୍ରେଲିଆ ଆଦି ଦେଶରେ ଦୃଶ୍ୟମାନ ହେବ ।

Get real time updates directly on you device, subscribe now.