fbpx

ଅଷ୍ଟମ ଥର ପାଇଁ ED ସମନକୁ ଏଡ଼ାଇଲେ ଅରବିନ୍ଦ କେଜରିୱାଲ

ନୂଆଦିଲ୍ଲୀ: ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ସମନକୁ ପୁଣି ଥରେ ଏଡ଼ାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ମାର୍ଚ୍ଚ ୪ ତାରିଖରେ କେଜରିୱାଲଙ୍କୁ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା । ତେବେ କେଜରିୱାଲ ୮ମ ଥର ପାଇଁ ଇଡିର ସମନକୁ ଏଡ଼ାଇଛନ୍ତି ।

ଦିଲ୍ଲୀ ମଦ ଦୁର୍ନିତି ମାମଲା ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ତଦନ୍ତର ସମ୍ମୁଖୀନ ହେଉଥିବା କେଜରିୱାଲ ଇଡିର ସମନକୁ ବେଆଇନ ବୋଲି ଦର୍ଶାଇଛନ୍ତି । ସେ ଇଡିର ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ କିନ୍ତୁ ବର୍ତ୍ତମାନ ନୁହେଁ । ମାର୍ଚ୍ଚ ୧୨ ପରେ ସେ ଇଡିକୁ ଉତ୍ତର ଦେବା ପାଇଁ ଏକ ତାରିଖ ମାଗିଛନ୍ତି । ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ଇଡିର ପଚରାଉଚରାରେ ସାମିଲ ହେବା ନେଇ କହିଛନ୍ତି କେଜରିୱାଲ । ଅପରପକ୍ଷରେ ଭିଡ଼ିଓ କନଫେରେନ୍ସିଂ ମାଧ୍ୟମରେ ପଚରାଉଚରା ପାଇଁ କୌଣସମି ବ୍ୟବସ୍ଥା ନାହିଁ ବୋଲି ଇଡି କହିଛି । ଏହା ପୂର୍ବରୁ ଇଡି କେଜରିୱାଲଙ୍କୁ ୭ ଥର ସମନ ଜାରି କରିସାରିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ଯଦି କେଜରିୱାଲ ଭିଡ଼ିଓ କନଫେରେନ୍ସଂ ମାଧ୍ୟମରେ ଇଡି ଜେରାର ସାମ୍ନା କରିବାକୁ ପ୍ରସ୍ତତ ଅଛନ୍ତି ତେବେ ଆଜି କ’ଣ ପାଇଁ ଇଡି ସମନକୁ ଏଡ଼ାଉଛନ୍ତି ? ସେ ଚାହିଁଲେ ଆଜି ବି ଏହି ପଚରାଉଚରାରେ ସାମିଲା ହୋଇପାରିବେ । ସେ କେବଳ ଇଡିର ଜେରାରୁ ବର୍ତ୍ତିବାକୁ ଚାହୁଁଛନ୍ତି ଯାହା ଏହି ମାମଲାରେ ତାଙ୍କର ସମ୍ପୃକ୍ତିକୁ ନେଇ ସ୍ପଷ୍ଟ ସଂକେତ ଦେଉଥିବା ସନେ୍ଦହ କରାଯାଉଛି ।

ଗତ ବର୍ଷ ୨୦୨୩ରେ ୨ ନଭେମ୍ବରରେ ପ୍ରଥମ, ୨୨ ଡିସେମ୍ବରରେ ଦ୍ୱିତୀୟ, ଚଳିତ ବର୍ଷ ୩ ଜାନୁଆରୀରେ ତୃତୀୟ, ୧୮ ଜାନୁଆରୀରେ ଚତୁର୍ଥ, ୨ ଫେବୃଆରୀରେ ପଞ୍ଚମ, ୧୯ ଫେବୃଆରୀରେ ଷଷ୍ଠ ଏବଂ ୨୬ ଫେବୃଆରୀରେ ସପ୍ତମ ଥର ପାଇଁ ସମନ ଜାରି କରାଯାଇଥିଲା ।

Get real time updates directly on you device, subscribe now.