fbpx

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ମାତୃ ବିୟୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ମାତୃ ବିୟୋଗ ଘଟିଛି । ମୋକିମଙ୍କ ମାଆ ହାଜିବା ଖାତୁନଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ହାଜିବାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ଅସୁସ୍ଥ କାରଣରୁ ଗତ କିଛିଦିନ ସେ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମାତ୍ର ଶେଷରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ମରଶରୀରକୁ ସେଲଟର ଛକ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା ।

ମାଆଙ୍କୁ ହରାଇ ଗଭୀର ଦୁଃଖରେ ମର୍ମାହତ ହୋଇପଡ଼ିଛନ୍ତି ମୋକିମ । ଏହି ଖବର ଶୁଣିବା ପରେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ସମ୍ପର୍କୀୟମାନେ ଶୋକ ସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି । ହାଜିବାଙ୍କ ପରଲୋକ ଖବର ପାଇ ମେୟର ସୁବାସ ସିଂ, ପୂର୍ବତନ ମନ୍ତ୍ରୀ ସମୀର ଦେ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାଜ୍ୟ ଯୁବକ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର, ରାଜ୍ୟ ଛାତ୍ର କଂଗ୍ରେସ ଭାପତି ୟାସିର ନୱାଜ, ଭୁବନେଶଶ୍ୱର ଜିଲ୍ଲା କଂଗ୍େରସ ସଭାପତି ବିଶ୍ୱଜିତ ଦାସଙ୍କ ପରି ଅନେକ ବ୍ୟକ୍ତିବିଶେଷ ମୋକିମଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଅମର ଆତ୍ମର ସଦଗତି କାମନା କରିଥିଲେ ।

Get real time updates directly on you device, subscribe now.