ନୂଆଦିଲ୍ଲୀ: ବ୍ୟାଙ୍କ ଏବଂ ଷ୍ଟକ୍ ମାର୍କେଟରେ ଏହି ସପ୍ତାହରେ ଲମ୍ବା ଛୁଟି ହେବାକୁ ଯାଉଛି । ବ୍ୟାଙ୍କ ଏବଂ ଷ୍ଟକ୍ ମାର୍କେଟ ଆଜି ପରେ ୩ ଦିନ ପାଇଁ ବନ୍ଦ ରହିବ । ଏପରି ପରିସ୍ଥିତିରେ ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡିତ କୌଣସି କାର୍ଯ୍ୟ ଅଛି କିମ୍ବା ଆପଣଙ୍କୁ ଷ୍ଟକ୍ ମାର୍କେଟରେ ଏହି ସପ୍ତାହର ଲାଭ ହାସଲ କରିବାର ଅଛି, ତେବେ ଆଜି ଏହି କାର୍ଯ୍ୟ ଶେଷ କରନ୍ତୁ ।
ଉଭୟ ବ୍ୟାଙ୍କ ଏବଂ ଷ୍ଟକ୍ ମାର୍କେଟ ସୋମବାର ଖୋଲିବ:-
ଶୁକ୍ରବାର ଅର୍ଥାତ୍ ୮ ମାର୍ଚ୍ଚରେ ମହାଶିବରାତ୍ରୀ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ର ବ୍ୟାଙ୍କ ଛୁଟି ତାଲିକା ଅନୁଯାୟୀ ଏହି ଦିନ ଦେଶର ଅନେକ ଅଞ୍ଚଳରେ ବ୍ୟାଙ୍କ ଛୁଟି ରହିବ । ଏହା ପରେ, ୯ତାରିଖ ମାସର ଦ୍ୱିତୀୟ ଶନିବାର, ତେଣୁ ଏହା ଏକ ଛୁଟିଦିନ । ମାର୍ଚ୍ଚ ୧୦ ରବିବାର ହୋଇଥିବାରୁ ବ୍ୟାଙ୍କ ଲଗାତାର ୩ ଦିନ ବନ୍ଦ ରହିବ ।
ଏହା ବ୍ୟତୀତ ମହାଶିବରାତ୍ରୀକୁ ଜାତୀୟ ଷ୍ଟକ୍ ଏକ୍ସଚେଞ୍ଜର ଛୁଟି ତାଲିକାରେ ଛୁଟିଦିନ ଭାବରେ ସ୍ଥିର କରାଯାଇଛି । ଏହି କାରଣରୁ ଷ୍ଟକ୍ ମାର୍କେଟରେ କୌଣସି କାମ ହେବ ନାହିଁ । ଅନ୍ୟପଟେ ଷ୍ଟକ୍ ମାର୍କେଟଗୁଡିକ ଶନିବାର ଏବଂ ରବିବାରରେ ସାପ୍ତାହିକ ବନ୍ଦ ରହିଥାଏ । ଏହିପରି ଭାବରେ ମହାଶିବରାତ୍ରୀ ଯୋଗୁଁ ବ୍ୟାଙ୍କ ଏବଂ ଷ୍ଟକ୍ ମାର୍କେଟରେ ତିନି ଦିନିଆ ଛୁଟି ରହିବ ।
ଏହି ରାଜ୍ୟଗୁଡିକରେ ବ୍ୟାଙ୍କଗୁଡିକ ବନ୍ଦ ରହିବ
ଆରବିଆଇର ଛୁଟି ତାଲିକା ଅନୁଯାୟୀ ମାର୍ଚ୍ଚ ୮ ରେ ଦେଶର ଅନେକ ରାଜ୍ୟରେ ଛୁଟି ରହିବ । ଏଥିରେ ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଓଡିଶା, ଚଣ୍ଡିଗଡ଼, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଜାମ୍ମୁ କାଶ୍ମୀର, କେରଳ, ଉତ୍ତରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ ଏବଂ ହିମାଚଳ ପ୍ରଦେଶ ରହିଛି ।