fbpx

‘ସରି ବାପା, ମୁଁ JEE କ୍ଲିୟର କରିପାରିଲି ନାହିଁ’, ଏପରି କିଛି ଲେଖି ଆତ୍ମହତ୍ୟା କଲେ କୋଟାର ଛାତ୍ର

କୋଟା: ରାଜସ୍ଥାନ କୋଟାରେ ଛାତ୍ର ଆତ୍ମହତ୍ୟା ଘଟଣା ଥମିବାର ନାଁ ଧରୁନାହିଁ । ଆଜି ଶିବରାତ୍ରୀରେ ପୁଣି ସକାଳୁ ସକାଳୁ କୋଟାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ ରହି ଜେଇଇ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ଆଜି ଆତ୍ମହତ୍ୟା କରିଛନ୍ତି । ଛାତ୍ରଙ୍କ ରୁମ୍‌ରୁ ସୁଇସାଇଡ୍ ନୋଟ୍ ବି ଜବତ କରାଯାଇଛି । କୋଟାରେ ଗତ କିଛି ଦିନ ମଧ୍ୟରେ ଏହିପରି ୬ଜଣ ଛାତ୍ର ଆତ୍ମହତ୍ୟା କଲେଣି । ଗତ ବର୍ଷ ଏଠାରେ ୨୯ ଜଣ ଛାତ୍ର ଆତ୍ମହତ୍ୟା କରିଥିଲେ ।

ପୋଲିସ-ପ୍ରଶାସନର ସମସ୍ତ ପ୍ରୟାସ ସତ୍ତ୍ୱେ କୋଟାରୁ ଛାତ୍ର ଆତ୍ମହତ୍ୟା ଥମିବାର ନାଁ ଧରୁନାହିଁ । ପରୀକ୍ଷା ଓ ଭଲ ର‌୍ୟାଙ୍କ ଚାପରେ କୋଟାରେ ଗୁରୁବାର ରାତିରେ ପୁଣି ଜଣେ କୋଚିଂ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏହି ଛାତ୍ରଙ୍କ ନାମ ହେଉଛି ଅଭିଷେକ କୁମାର ଓ ତାଙ୍କ ଘର ବିହାରର ଭାଗଲପୁରରେ । ସେ ଏଠାରେ ରହି  JEE MAINS ଲାଗି ପ୍ରସ୍ତୁତ ହେଉଥିଲେ । ସେ ଗତ ୧ବର୍ଷ ତଳୁ କୋଟାର ବିଜ୍ଞାନ ନଗର ଥାନା ଅଞ୍ଚଳରେ ପିଜିରେ ରହୁଥିଲେ । ମୃତ ଛାତ୍ର ଅଭିଷେକ ସଲଫାସ୍ ଖାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ରୁମ୍‌ରୁ ସଲଫାସ୍ ବୋତଲ ପାଇଛି ।
କୋଚିଂ ସେଣ୍ଟରରୁ ଖବର ନେଇ ପୋଲିସ ଜାଣିପାରିଛି କି ଗତ ୨୯ ଜାନୁୟାରୀରେ ଅଭିଷେକ JEE ପରୀକ୍ଷା ଦେବାକୁ ଯାଇ ନ ଥିଲା । ଏହାପରେ ୧୯ ଫେବୃୟାରୀରେ ଯେଉଁ ପେପର ଥିଲା ତାହା ମଧ୍ୟ ଦେବାକୁ ଯାଇ ନ ଥିଲା । ତେବେ ଅଭିଷେକ ଆତ୍ମହତ୍ୟା କରିବା ପୂର୍ବରୁ ସୁଇସାଇଡ୍ ନୋଟ୍‌ରେ ଲେଖିଛି, ‘ସରି ବାପା ମୁଁ JEE କ୍ଲିୟର କରିପାରିଲି ନାହିଁ । ମୋତେ କ୍ଷମା କରିଦେବେ ।’ ପୋଲିସ ମୃତଦେହକୁ ଜବତ କରିବା ସହ ଘଟଣାର ଅଧିକ ଅନୁସନ୍ଧାନ ଜାରି ରଖିଛି ।

Get real time updates directly on you device, subscribe now.