fbpx

ରାଜ୍ୟସଭା ଲାଗି ମନୋନୀତ ସୁଧା ମୂର୍ତ୍ତି, ଟ୍ୱିଟରରେ ସୂଚନା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇନଫୋସିସ୍ ଫାଉଣ୍ଡେସନ ଅଧ୍ୟକ୍ଷ ତଥା ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୂର୍ତ୍ତିଙ୍କ ପତ୍ନୀ ସୁଧା ମୂର୍ତ୍ତି ରାଜ୍ୟସଭା ଲାଗି ମନୋନୀତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଏ ବିଷୟରେ ଘୋଷଣା କରିଛନ୍ତି । ତେବେ ଏହି ଘୋଷଣା ପରେ ସୁଧା ମୂର୍ତ୍ତି କହିଛନ୍ତି ଆଜି ମହିଳା ଦିବସରେ ତାଙ୍କୁ ବଡ ଉପହାର ମିଳିଛି । ସେ କହିଛନ୍ତି ସେ ଏବେ ଭାରତରେ ନାହାନ୍ତି । କିନ୍ତୁ ମହିଳା ଦିବସରେ ଏହା ତାଙ୍କ ପାଇଁ ବଡ ଉପହାର । ଦେଶ ପାଇଁ କାମ କରିବା ଏକ ନୂଆ ଦାୟିତ୍ୱ ଅଟେ । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏଠାରେ ସୂଚାଇ ଦିଆଯାଇପାରେ କି ସୁଧା ମୂର୍ତ୍ତି ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷ ହେବା ସହିତ ଜଣେ ସୁପ୍ରତିଷ୍ଠିତ ଲେଖିକା ମଧ୍ୟ । ସେ ଲଗାତର ମହିଳା ଓ ଶିଶୁଙ୍କ ଲାଗି କାମ କରି ଆସୁଛନ୍ତି । ସେ ବହୁ ପ୍ରେରଣାଦାୟକ ପୁସ୍ତକ ଲେଖିଛନ୍ତି । ୧୯୮୧ରେ ଇନଫୋସିସ୍ ଆରମ୍ଭ ସମୟରେ ସୁଧା ମୂର୍ତ୍ତି ସ୍ୱାମୀ ନାରାୟଣ ମୂର୍ତ୍ତିଙ୍କୁ ୧୦,୦୦୦ଟଙ୍କା ଉଧାର ଦେଇଥିଲେ । ସୁଧା ଏକ ଟିଭି ଶୋ’ରେ କହିଛନ୍ତି ସେତେବେଳେ ସେମାନେ ଏକ ଭଡା ଘରେ ରହୁଥିଲେ ଓ ତାଙ୍କ ପରିବାର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ।

Get real time updates directly on you device, subscribe now.