fbpx

ଆସିଲା ଫ୍ଲିପକାର୍ଟର ବିଗ୍ ଅପଗ୍ରେଡ୍ ସେଲ୍‌; ଟିଭି, ଫ୍ରିଜ୍‌, ଏସି ଉପରେ ମିଳୁଛି ବମ୍ପର ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ଫ୍ଲିପକାର୍ଟରେ ନୂଆ ସେଲ୍ ଆରମ୍ଭ ହୋଇଯାଇଛି ଯାହାର ଫାଇଦା ଉଠାଇ ଆପଣ ବହୁ ଶସ୍ତାରେ ସ୍ମାର୍ଟଫୋନ୍‌, ଟିଭି ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ କିଣିପାରିବେ । ଇ-କମର୍ସ ପ୍ଲାଟଫର୍ମରେ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହୋଇଥିବା ଏହି ସେଲ୍ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍‌ରେ ଆଇଫୋନ୍‌, ସାମସଙ୍ଗ ଓ ଅନ୍ୟାନ୍ୟ ବ୍ରାଣ୍ଡର ଫୋନ୍ ଉପରେ ଆକର୍ଷଣୀୟ ଡିସକାଉଣ୍ଟ (ରିହାତି) ପାଇପାରିବେ ।

ଫ୍ଲିପକାର୍ଟ ଏହାର ବିଗ୍ ଅପଗ୍ରେଡ୍ ସେଲ୍ ଘୋଷଣା କରିଛି ଯାହାର ଫାଇଦା ଉଠାଇ ଆପଣ ବିଭିନ୍ନ ପ୍ରଡକ୍ଟ ଶସ୍ତାରେ କିଣିପାରିବେ । ୯ ମାର୍ଚ୍ଚରେ ଆରମ୍ଭ ହୋଇଥିବା ଏହି ଫ୍ଲିପକାର୍ଟ ସେଲ୍ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ । ଏହି ସେଲ୍‌ରେ ଆପଣଙ୍କୁ ବ୍ୟାଙ୍କ ଡିସକାଉଣ୍ଟ ବି ମିଳିବ । ଆପଣ ୧୦% ଇନଷ୍ଟାଣ୍ଟ ଡିସ୍‌କାଉଣ୍ଟ ଆକ୍ସିସ୍ ବ୍ୟାଙ୍କର କ୍ରେଡିଟ୍ କାର୍ଡରେ ହାସଲ କରିପାରିବେ । ଏହି ସେଲ୍‌ରେ ଆପଣଙ୍କୁ ସ୍ମାର୍ଟଫୋନ୍‌, ଟିଭି, ଫ୍ରିଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ଉପରେ ଅଫର ମିଳିବ ।

ଫ୍ଲିପକାର୍ଟର ଏହି ସେଲ୍‌ରେ ଆଇଫୋନ୍ ୧୫ ଉପରେ ବମ୍ପର ଅଫର ମିଳୁଛି । ଏହା ଉପରେ ଆପଣଙ୍କୁ ୩୩୦୦ଟଙ୍କାର ଡିସକାଉଣ୍ଟ ଆକ୍ସିସ୍ ବ୍ୟାଙ୍କ କାର୍ଡରେ ମିଳିବ । ସେହିପରି ଆପଲ ଏୟାରପଡ୍‌ସ୍‌କୁ ଆପଣ ଡିସକାଉଣ୍ଟ ପରେ ୧୮,୪୯୯ଟଙ୍କାରେ କିଣିପାରିବେ । ସେହିପରି ଆସସ୍‌ର ଲାପଟପ୍ ରେଞ୍ଜ ୧୩,୪୯୦ ଟଙ୍କା ଡିସକାଉଣ୍ଟ ପ୍ରାଇସ୍‌ରେ ଆରମ୍ଭ ହେଉଛି । ସେହିପରି ସାମସଙ୍ଗର କ୍ରିଷ୍ଟାଲ ଭିଜନ ୪କେ ଟିଭି ଡିସକାଉଣ୍ଟ ପରେ ୨୬,୨୪୯ ଟଙ୍କାରେ ମିଳୁଛି । ଅନ୍ୟପକ୍ଷରେ ଏଲ୍‌ଜିର ୧.୫ ଟନ୍ କ୍ଷମତାବାଲା ଥ୍ରୀ ଷ୍ଟାର ଏସି କେବଳ ୩୩,୪୯୦ ଟଙ୍କାରେ ମିଳୁଛି ।

Get real time updates directly on you device, subscribe now.