Big Breaking: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଗଲା ‘କାଳିଆ’ କିସ୍ତି

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ଖୁସି ଖବର । ବର୍ତ୍ତମାନ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ଖାତାକୁ କାଳିଆ କିସ୍ତି ଟଙ୍କା ଜାରି କରାଯାଇଛି । ଏହି କାଳିଆ କିସ୍ତି ଟଙ୍କାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହସ୍ତାନ୍ତର କରିଛନ୍ତି । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଖାତକୁ ଟଙ୍କା ଯାଇଛି । ୧୮ ଲକ୍ଷରୁ ଅଧିକ ଭୂମିହୀନ କୃଷକ ପରିବାରକୁ ସହାୟତା ପ୍ରଦାନ କରାଯାଇଛି ।

କାଳିଆ ଯୋଜନାକୁ ନେଇ ବଡ ଘୋଷଣା କରାଯିବା ପରେ ଏବେ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଲାଭ ପାଇଛନ୍ତି । ଏହାରି ମଧ୍ୟରେ ଆଉ ଏକ ବଡ ଘୋଷଣା କରିଥିଲେ ଓଡ଼ିଶା ସରକାର । ଯେଉଁଥିରେ ଭୂମିହୀନ ଚାଷୀଙ୍କୁ ମିଳିବ ଫାଇଦା । ଭୂମିହୀନ ଚାଷୀଙ୍କୁ ବି ମିଳିବ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଭୂମିହୀନ ଚାଷୀଙ୍କୁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର । ଏଥିପାଇଁ ଅତିରିକ୍ତ ଭାବେ ରାଜ୍ୟ ରାଜକୋଷରୁ ଖର୍ଚ୍ଚ ହେବ । କାଳିଆ ଯୋଜନାର ହିତାଧିକାରୀ ଥିବା ଭୂମିହୀନ ଚାଷୀ ପରିବାରକୁ ଆଉ ୨ ହଜାର ଟଙ୍କାର ଅତିରିକ୍ତ ସହାୟତା ମିଳିଛି।