fbpx

ସରନେମକୁ ନେଇ ବିବାହିତ ମହିଳାଙ୍କର ଆଇନରେ କ’ଣ ରହିଛି ଅଧିକାର? ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ବିବାହ ପରେ ସାଧାରଣତଃ ଝିଅମାନେ ନିଜ ନାମ ସହ ସ୍ୱାମୀ ସରନେମ ଲଗାଇଥାଆନ୍ତି । ଏହା ସାମାଜିକ ପରମ୍ପରାରେ ରହିଲେ ସୁଦ୍ଧା ଅନେକ ଯୁଗରୁ ଏହା ପ୍ରଚଳିତ ହୋଇଆସୁଛି । କୌଣସି ମାମଲାରେ ଏହା ବ୍ୟକ୍ତିଗତ ପସନ୍ଦ ମଧ୍ୟ ହୋଇପାରେ । ଜଣେ ବିବାହିତ ମହିଳାଙ୍କ ପରିଚୟ ନିଜ ସ୍ୱାମୀଙ୍କ ପରିଚୟରେ ହୋଇଥାଏ । ହେଲେ ଏପରି ମହିଳାମାନେ ଅଛନ୍ତି ଯେଉଁମାନେ ବିବାହ ପରେ ନିଜ ସରନେମ ବଦଳାଇବା ବେଆଇନ ବୋଲି ମଧ୍ୟ ଭାବନ୍ତି ।

ସରନେମକୁ ନେଇ ଏକ ପିଟିସନ ଦିଲ୍ଲୀ ହାଇକୋର୍ଟରେ ଦାଖଲ ହୋଇଥିଲା । ଏହି ପିଟିସନ ୪୦ ବର୍ଷୀୟ ଦିବ୍ୟା ମୋଦୀ ଟୋଙ୍ଗ୍ୟା ଦାଖଲ କରିଥିଲେ । ସେ ଏହି ମାଧ୍ୟମରେ ନିଜ ପରିଚୟର ଅଧିକାର ମାଗିଥିଲେ । ଦିବ୍ୟା ସେପ୍ଟେମ୍ବର ୨୦୧୪ରେ ନିଜ ସ୍ୱାମୀର ସରନେମ ଆପଣେଇ ଥିଲେ । ଗତବର୍ଷ ଅଗଷ୍ଟ ମାସରେ ସେ ଦିଲ୍ଲୀର ଏକ କୋର୍ଟରେ ହିନ୍ଦୁ ବିବାହ ଅଧିନିୟମ ୧୯୫୫ ଅନୁଯାୟୀ, ଛାଡପତ୍ର ପାଇଁ ଆବେଦନ କରିଥିଲେ ଏବଂ ନିଜର ପୂର୍ବରୁ ଥିବା ସରନେମ ପୁଣି ଥରେ ପାଇବା ଲାଗି ଦାବି କରିଥିଲେ ।

ଦିବ୍ୟା ଏକ ସରକାରୀ ଅଧିସୂଚନାର ବାଧା-ବିଘ୍ନ ସାମ୍ନା କରିବା ପରେ ହାଇକୋର୍ଟଙ୍କ ପାଖକୁ ଯାଇଥିଲେ । ଅଧିସୂଚନା ଅନୁସାରେ ଜଣେ ବିବାହିତା ମହିଳା ଛାଡପତ୍ର ପରେ ନିଜ ବାପଘରର ସରନେମ ବ୍ୟବହାର କରିବାକୁ ଚାହିଁଲେ, ନିଜ ସ୍ୱାମୀଙ୍କ ଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ ଜାରି କରିବାକୁ ପଡିବ । ଦିଲ୍ଲୀ ହାଇକୋର୍ଟ ଶୁଣାଣି ପାଇଁ ୨୮ ମେ ତାରିଖରେ କେନ୍ଦ୍ର ସରକାରଙ୍କ ଉତ୍ତର ମାଗିଛି ।

ସରନେମକୁ ନେଇ କଣ କହୁଛି ଆଇନ:
ଏହି ଅଧିସୂଚନା ନିଜ ନିଜ ମଧ୍ୟରେ ଏକ ବଡ ସମସ୍ୟା ଅଟେ, ଏହା ସେତେବେଳେ ବୁଝାପଡେ ଯେବେ ବିବାହିତା ମହିଳାମାନେ ଯିଏ ନିଜ ପ୍ରଥମ ସରନେମ ରଖିଥିବେ ଏବଂ ତାଙ୍କୁ କୌଣସି ସରକାରୀ ସେବା ଆବଶ୍ୟକ ପଡିଲେ, ଯେପରିକି ବ୍ୟାଙ୍କ ଖାତା ଖୋଲିବା, ପାସପୋର୍ଟ ତିଆରି କରିବା ବା ରାସନ ସୁବିଧାର ଲାଭ ଉଠାଇବା । ହେଲେ ସମୟ ସହିତ ଅଦାଲତ ଏହା ସ୍ପଷ୍ଟ କରିଛନ୍ତି ଯେ, ଏହି ପରି ପ୍ରଥା କୌଣସି ଆଇନ ଆଦେଶ ନୁହେଁ । ସୁପ୍ରିମକୋର୍ଟ ମଧ୍ୟ କୌଣସି ନାମ ପରିବର୍ତ୍ତନ କରିବା ସମ୍ବିଧାନର ଅନୁଚ୍ଛେଦ ୧୯ ଅନୁଯାୟୀ, ଭାଷଣ ଏବଂ ମତପ୍ରକାଶ କରିବାର ସ୍ୱାଧୀନତାର ମୌଳିକ ଅଧିକାରର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ଅଟେ । ମାନ୍ୟତା ଅନୁଯାୟୀ, ଜଣେ ବ୍ୟକ୍ତିକୁ ନିଜ ନାମରେ ସଂପୂର୍ଣ୍ଣ ଅଧିକାର ରହିବା ଆବଶ୍ୟକ ଏବଂ ଅଇନ ତାକୁ ଏପରି ନିୟନ୍ତ୍ରଣ ବଜାୟ ରଖିବା ସହ ପ୍ରତି ସମୟରେ ସ୍ୱତନ୍ତ୍ର ଭାବେ ପ୍ରୟୋଗ କରିବା ଲାଗି ସକ୍ଷମ କରିବା ଆବଶ୍ୟକ ।

Get real time updates directly on you device, subscribe now.