fbpx

ରାଜ୍ୟରେ ଏକା ଲଢ଼ିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର: ଓଡ଼ିଶାରେ ବିଜେପି ଏକାକୀ ନିର୍ବାଚନ ଲଢ଼ିବ । ରାଜ୍ୟରେ ବିଜେଡ଼ି- ବିଜେପି ମେଣ୍ଟ ହେବ ନାହିଁ । ରାଜ୍ୟବାସୀ ନିର୍ବାଚନ ନେଇ ନିଷ୍ପତ୍ତି ନେବେ । ଏପରି ଏକ ବଡ଼ ବୟାନ ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ମେଣ୍ଟ ହେବ କି ନାହିଁ ପ୍ରଶ୍ନର ଉତ୍ତରରେ ମନମୋହନ ସାମଲ ଏହା କହିଛନ୍ତି ।

ଗତ କିଛି ଦିନ ଧରି ରାଜ୍ୟରେ ବିଜେଡି- ବିଜେପି ମେଣ୍ଟ ହୋଇ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଏପରିକି ବିଜେପି ନେତାମାନେ ତୁହାକୁ ତୁହା ଦିଲ୍ଲୀ ଯାଇ ବିଜେପି ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ତେବେ ଆଜି ସକାଳେ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡି- ବିଜେପି ମେଣ୍ଟ ହେବ ନାହିଁ ବୋଲି ସୂଚନା ଦେଇଥିଲେ । ଆଗାମୀ ନିର୍ବାଚନରେ ବିଜେପି ଓଡ଼ିଶାର ଅସ୍ମିତାକୁ ନେଇ ଏକାକୀ ନିର୍ବାଚନ ଲଢ଼ିବ ବୋଲି ମନମୋହନ ସାମଲ କହିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ଭିତରେ ସହମତି ନ ହେବାରୁ ମେଣ୍ଟ ହେବ ନାହିଁ । କହିରଖୁଛୁ ମେଣ୍ଟ ଚର୍ଚ୍ଚା ଭିତରେ ଏକାଧିକ ଥର ଦିଲ୍ଲୀ ଗସ୍ତ କରିଥିଲେ ରାଜ୍ୟ ବିଜେପି ସଭାପତି ।

Get real time updates directly on you device, subscribe now.