ନୂଆଦିଲ୍ଲୀ: ଲଣ୍ଡନରେ ନିଜ ଛୁଆର ଜନ୍ମ ପରେ ଟିମ୍ ଇଣ୍ଡିଆର ମହାନ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଭାରତ ଫେରିଛନ୍ତି । ବ୍ୟକ୍ତିଗତ କାରଣରୁ ଇଂଲଣ୍ଡ ବିପକ୍ଷ ନିକଟରେ ଶେଷ ହୋଇଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସେ ଖେଳିପାରିନଥିଲେ ।
ପୁଅ ଅକାୟଙ୍କ ଜନ୍ମ ପରେ କୋହଲିଙ୍କୁ ପ୍ରଥମ ଥର ପାଇଁ ମୁମ୍ବାଇ ବିମାନବନ୍ଦରରେ ଦେଖିବାକୁ ମିଳିଛି ।
କୋହଲି ଖୁବ ଶୀଘ୍ର ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସିଜନ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବୋଲି ଆଶା କରାଯାଉଛି, ଯେଉଁଠାରେ ତାଙ୍କ ଦଳ ମାର୍ଚ୍ଚ ୨୨ ରେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସହ ଲଢ଼ିବେ । ତାଙ୍କୁ ଆରସିବିର ମେଗା ଇଭେଣ୍ଟ RCB Unboxରେ ମଧ୍ୟ ଦେଖିବାକୁ ମିଳିପାରେ ।
ଆକାୟଙ୍କ ଜନ୍ମ ପରେ ପ୍ରଥମ ଥର ପାଇଁ ଭାରତ ଆସିଲେ :-
ନିକଟରେ ବିରାଟ କୋହଲି ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି । ବ୍ୟକ୍ତିଗତ କାରଣରୁ ତାଙ୍କୁ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜରୁ ବାହାରି ଯାଇଥିଲେ । ସେ ଗତ କିଛି ସପ୍ତାହ ଧରି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଲଣ୍ଡନରେ ଥିଲେ । ଏହାରି ମଧ୍ୟରେ ସେମାନେ ଫେବୃଆରୀ ୨୦ ରେ ସେମାନଙ୍କର ନବଜାତ ପୁତ୍ରର ଖବର ଘୋଷଣା କରିଥିଲେ ।
କୋହଲିଙ୍କ ପାଇଁ ଆଇପିଏଲ୍ ୨୦୨୪ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ :-
ଆଇପିଏଲର ଆଗାମୀ ସିଜନ କୋହଲିଙ୍କ ପାଇଁ ଟି -୨୦ ବିଶ୍ୱକପ ଦଳରେ ତାଙ୍କ ସ୍ଥାନକୁ ମଜଭୁତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, ଯାହା କ୍ୟାସ ରିଚ ଲିଗର କିଛି ଦିନ ପରେ ଖେଳାଯିବ । ଟେଲିଗ୍ରାଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଟି -୨୦ ବିଶ୍ୱକପରେ କୋହଲିଙ୍କ ସ୍ଥାନ ସ୍ଥିର ହୋଇନାହିଁ କାରଣ ଚୟନକର୍ତ୍ତାମାନେ କୋହଲିଙ୍କୁ ଟି -୨୦ ଯୋଜନାରେ ରଖିବାକୁ ଚିନ୍ତା କରୁଛନ୍ତି ।