fbpx

ଆଜିଯାଏଁ କାହିଁକି ବାହା ହୋଇନାହାନ୍ତି ଏକତା କପୁର? ଜାଣନ୍ତୁ କାରଣ

ଟିଭି ଶୋ, ଫିଲ୍ମ ପରେ ଓଟିଟି ପ୍ଲାଟଫର୍ମରେ ଧମାଲ କରୁଥିବା ଏକତା କପୁରଙ୍କର ଆଜି ଜନ୍ମଦିନ । ଏକତାଙ୍କୁ ୪୫ ବର୍ଷ ପୂରଣ ହୋଇଥିବା ବେଳେ ସେ ଆଜିଯାଏଁ କାହିଁ ବାହା ହୋଇନାହାନ୍ତି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି । ତେବେ ଆସନ୍ତୁ ଜାଣିବା ତାଙ୍କର ବାହା ନହେବାର କାରଣ..

ଏକତା ଏକ ଇଣ୍ଟରଭ୍ୟୁରେ କହିଥିଲେ ଯେ, ସେ ଯେତେବେଳେ ଛୋଟଥିଲେ ସେବେ ତାଙ୍କୁ ବହୁତ ଶୀଘ୍ର ବାହା ହେବାକୁ ଇଛା ଥିଲା । ତାଙ୍କ ପ୍ଲାନ ମୁତାବକ ସେ ୨୨ ବର୍ଷରେ ବାହାହେବାକୁ ଚାହୁଁଥିଲେ । କିନ୍ତୁ ୧୭ ବର୍ଷ ବୟସରେ କାମ କିମ୍ବା ବାହା ହେବାକୁ ଏକତାଙ୍କୁ ତାଙ୍କ ପିତା ଜିତେନ୍ଦ୍ର କହିଥିଲେ । ଏହା ପରେ ଏକତା କାମ କରିବା ଆରମ୍ଭ କରିଥିଲେ ଓ କାମରେ ଏତେ ବ୍ୟସ୍ତ ହେଲେ ଯେ ଆଜି ପର୍ଯ୍ୟନ୍ତ ବାହା ହୋଇପାରିଲେ ନାହିଁ ।

ତେବେ ଏକତା ଜ୍ୟୋତିଷଶାସ୍ତ୍ର ଓ ଅଙ୍କଶାସ୍ତ୍ରରେ ଅଧିକ ବିଶ୍ୱାସ କରନ୍ତି । ହାତରେ ପିନ୍ଧୁଥିବାର ରିଙ୍ଗ ଏହାର ପ୍ରମାଣ । ପ୍ରତ୍ୟେକ ଇଭେଣ୍ଟକୁ ସେ କଳା ପୋଷାକ ଓ କଳା ଚପଲ ପିନ୍ଧି ଯାଇଥାନ୍ତି । ଜ୍ୟୋତିଷଶାସ୍ତ୍ର ଅନୁସାରେ ଏକତାଙ୍କ ଅଧିକାଂଶ ଚଳଚ୍ଚିତ୍ର ଓ ସିରିଏଲ ‘ଏ’ ଅକ୍ଷରରୁ ଆରମ୍ଭ ହୋଇଥାଏ ।

ଏହା ବ୍ୟତିତ ଏକତା କପୁର ସେରୋଗେସି ଜରିଆରେ ମା ହୋଇଛନ୍ତି । ତାଙ୍କ ପୁଅର ନାଁ ରବି କପୁର ।

Get real time updates directly on you device, subscribe now.