fbpx
BSKY SKY
BSKY SKY

ଖୁସି ଖବର: ଓଡ଼ିଶାରେ ହ୍ରାସ ପାଇଲା ସୁନା ଓ ରୂପା ଦର, କିଣିବାକୁ ମନ ବଳାଇଥିଲେ ଆଜି ହିଁ ସୁନା କିଣନ୍ତୁ

BSKY

Gold Rate Today: ଦେଶରେ ଏବେ ବିବାହ ସିଜିନ୍ ଚାଲିଛି। ଆଉ ଏହି ବିବାହ ସିଜିନରେ ସୁନା ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଇ ଦେଇଥିଲା। କିନ୍ତୁ ସପ୍ତାହ ଶେଷ ବେଳକୁ ଅର୍ଥାତ ଆଜି ଗ୍ରାହକମାନଙ୍କୁ ସୁନା ଦର ସାମାନ୍ୟ ଆଶ୍ୱସ୍ତି ଆଣିଦେଇଛି। କାରଣ ଆଜି ସୁନା ଦରରେ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ତେଣୁ ଯଦି ଆପଣ ବାହାଘର ଲାଗି ସୁନା କିଣିବାକୁ ଯୋଜନା ରଖିଛନ୍ତି ତାହେଲେ ଆଜି ହିଁ ସୁନା କିଣି ନିଅନ୍ତୁ। ତେବେ ସୁନା କିଣିବା ଆଗରୁ ଆସନ୍ତୁ ଜାଣିବା ଆଜି ବଜାରରେ ସୁନାର ମୂଲ୍ୟ କେତେ ରହିଛି।

ସୂଚନା ଅନୁସାରେ, ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧, ୩୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୯୨୦ ଟଙ୍କା ରହିଛି । ତେବେ ଆଜି ୨୨ ଓ ୨୪ କ୍ୟାରେଟ ସୁନାରେ ୧୦ ଟଙ୍କା ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରୂପା କେଜି ପିଛା ୧୦୦ ଟଙ୍କା ହ୍ରାସ ହୋଇ ଦର ୭୬,୪୦୦ ଟଙ୍କାରେ ପହଞ୍ଚିଛି।

ତେବେ ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୭,୦୭୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ମାତ୍ର ୧୦ ଟଙ୍କା ହ୍ରାସ ହୋଇଛି। ସେପଟେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୯୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୬୭,୬୩୦ ଟଙ୍କା ରହିଛି। ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ହ୍ରାସ ପାଇଛି। ସେହିପରି ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୩୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୬୬,୯୨୦ ଟଙ୍କା ରହିଛି । ୨୨ ଓ ୨୪ କ୍ୟାରେଟରେ ୧୦ ଟଙ୍କା ଦର ଖସିଛି। ତେବେ ଓଡି଼ଶାର ରାଜଧାନୀ ଭୁବନେଶ୍ୱରରେ ଆଜି ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୧,୩୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୬୬,୯୨୦ ଟଙ୍କା ରହିଛି ।୨୨ ଓ ୨୪ କ୍ୟାରେଟରେ ଆଜି ୨୩୦ ଟଙ୍କା ଦର ହ୍ରାସ ପାଇଛି। ଏବଂ ରୂପା କେଜି ପିଛା ୧୦୦ ଟଙ୍କା ହ୍ରାସ ପାଇ ଦର ୭୯,୪୦୦ ଟଙ୍କାରେ ପହଞ୍ଚିଛି।

Get real time updates directly on you device, subscribe now.