IP University Admission 2024: ସମସ୍ତ ପ୍ରୋଗ୍ରାମ ପାଇଁ ଏପ୍ରିଲ ୧୦କୁ ବୃଦ୍ଧି ହେଲା ଆବେଦନ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ପ୍ରମୁଖ ବିଶ୍ୱବିଦ୍ୟାଳୟ ମଧ୍ୟରୁ ଗରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ(Guru Gobind Singh Indraprastha University) ଅନ୍ୟତମ । ଏହି ବିଶ୍ୱବିଦ୍ୟାଳୟ ନିଜର ସମସ୍ତ ପ୍ରୋଗ୍ରାମ ଯଥା ଅଣ୍ଡର ଗ୍ରାଜୁଏଟ୍‌, ପୋଷ୍ଟ ଗ୍ରାଜୁଏଟ୍ ଏବଂ ପିଏଚ୍‌ଡି ଆଡମିସନ ପାଇଁ ଆବେଦନ କରିବାର ଅନ୍ତିମ ତାରିଖରେ ବୃଦ୍ଧି କରିଛି । ବର୍ତ୍ତମାନ ଏପ୍ରିଲ ୧୦ ପର୍ଯ୍ୟନ୍ତ ଏହି ବିଶ୍ୱବିଦ୍ୟାଳୟରେ ଆବେଦନ କରିପାରିବେ । ପୂର୍ବରୁ ଆବେଦନ କରିବାର ଶେଷ ତାରିଖ ଥିଲା ମାର୍ଚ୍ଚ ୩୧ । ଇଚ୍ଛୁକ ପ୍ରାର୍ଥୀମାନେ ବିଶ୍ୱବିଦ୍ୟାଳୟର ଅଫିସିଆଲ ୱେବସାଇଟ୍ https://ipu.admissions.nic.inକୁ ଯାଇ ଆବେଦନ କରିପାରିବେ ।

ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ ଏହାର ଜାତୀୟ ସ୍ତରୀୟ ପରୀକ୍ଷା, ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା ଏବଂ ମେରିଟ୍ ଆଧାରିତ ପରୀକ୍ଷା ପାଇଁ ଅନଲାଇନ୍ ଆବେଦନ ତାରିଖକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରିଛି । CBSE ବୋର୍ଡ଼ ପରୀକ୍ଷା ପାଇଁ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟ ଏଭଳି ନିଷ୍ପତ୍ତି ନେଇଛି । ବର୍ତ୍ତମାନ CBSE ବୋର୍ଡ଼ର ଦ୍ୱାଦଶ ଶ୍ରୋଣୀ ପରୀକ୍ଷା ଏପ୍ରିଲ ୨ରେ ଶେଷ ହେବ । ଏହି ସମୟରେ ଅନେକ ପିଲାମାନେ ଅବେଦନ କରିବାରୁ ବଞ୍ଚିତ ହେବେ । ତେଣୁ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହା ସହ ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଆବେଦନ ଫର୍ମରେ ତୃଟି ସଂଶୋଧନ ଆରମ୍ଭ ହୋଇଯିବ ।
କହିରଖୁଛୁ ବିଶ୍ୱବିଦ୍ୟାଳୟର ଅନେକ ୟୁଜି ଏବଂ ପିଜି ପ୍ରୋଗ୍ରାମରେ ପ୍ରବେଶ କମ୍ବାଇଣ୍ଡ୍ ଏଣ୍ଟ୍ରାନ୍ସ ଟେଷ୍ଟ ସ୍କୋର(ସିଇୟୁଟି) ଉପରେ ଆଧାରିତ ହୋଇଥାଏ । ପ୍ରଥମେ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ପ୍ରବେଶିକା ପରୀକ୍ଷା(ସିଇଟି)କୁ ପ୍ରାଥମିକତା ଦିଆଯାଇଥାଏ । ତେଣୁ ସିଇୟୁଟି ପାଇଁ ଆବେଦନ କରୁଥିବା ପ୍ରାର୍ଥୀଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ବିଭିନ୍ନ ୟୁଜି ଏବଂ ପିଜି ପ୍ରୋଗ୍ରାମ ପାଇଁ ଆୟୋଜିତ ହେବାକୁ ଥିବା ସିଇଟି ପାଇଁ ଆବେଦନ କରନ୍ତୁ । ଏହା ଦ୍ୱାରା ବିଶ୍ୱବିଦ୍ୟାଳୟରେ ଆଡମିସନ ସମ୍ଭାବନା ବୃଦ୍ଧି ପାଇଥାଏ । ଅପରପକ୍ଷରେ ଛାତ୍ରଛାତ୍ରୀ ଅନ୍ୟ ପ୍ରୋଗ୍ରାମରେ ମଧ୍ୟ ଆଡମିସନ କରିବାର ସୁଯୋଗ ପାଇବେ ଯେଉଁଥିରେ ସିଇୟୁଟି ସ୍କୋର ଆବଶ୍ୟକତା ନାହିଁ ।