fbpx

ଆପଣଙ୍କ ସଫଳତାକୁ ନେଇ ଈର୍ଷା ଅନୁଭବ କରନ୍ତି କି ସ୍ୱାମୀ ? ଜାଣନ୍ତୁ ଏହି ସଂକେତରୁ

ଓଡ଼ିଶା ଭାସ୍କର: ଆଜିକାଲି ଉଭୟ ଦମ୍ପତ୍ତି କର୍ମଜୀବୀ । ପରିବାର ଓ ନିଜ ଦାୟିତ୍ୱ ତୁଲାଇବା ପାଇଁ ଉଭୟ ପରସ୍ପରର ସହଯୋଗ କରିଥାନ୍ତି । ଏହା ଦ୍ୱାରା ଘର ଖର୍ଚ୍ଚ ତୁଲାଇବା ସହଜ ହୋଇଥାଏ । କିନ୍ତୁ ଅଧିକାଂଶ କ୍ଷେତ୍ରରେ ସ୍ତ୍ରୀର ସଫଳତା ଦେଖି ସ୍ୱାମୀମାନେ ଈର୍ଷା ଅନୁଭବ କରିଥାନ୍ତି । ସ୍ତ୍ରୀ ଅଧିକ ଦରମା ପାଉଥିଲେ କିମ୍ବା ଭଲ ପଦବୀରେ ଥିଲେ ସ୍ୱାମୀଙ୍କ ଆଖିରେ ଖଟିକି ଥାଏ । ଅଧିକାଂଶ କ୍ଷେତ୍ରରେ ପୁରୁଷଙ୍କ ଆତ୍ମସମ୍ମାନକୁ ଏହା ଆଘାତ ଦେଇଥାଏ । ସ୍ୱାମୀ କିଛି ନ କହିପାରିଲେ ବି ନିଜକୁ ସ୍ତ୍ରୀ ଠାରୁ ନିମ୍ନ ଅନୁଭବ କରିଥାଏ । ଏହା ସେମାନଙ୍କ ବ୍ୟବହାରରେ ପ୍ରତିଫଳିତ ହୋଇଥାଏ । ଏହା ଘରେ ଅଶାନ୍ତି ଆଣିବା ସହ ଉଭୟଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିଥାଏ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଟିପ୍ସ ବିଷୟରେ ଯଦ୍ୱାରା ସହଜରେ ଜାଣିପାରିବେ ଯେ ଆପଣଙ୍କ ସ୍ୱାମୀ ଈର୍ଷା କରୁଛନ୍ତି ନା ନାହିଁ ।

୧. ଅଧିକ ଦରମା: ଅଧିକାଂଶ କ୍ଷେତ୍ରରେ ସ୍ତ୍ରୀ ସ୍ୱାମୀ ଠାରୁ ଅଧିକ ଦରମା ପାଇଥାଏ । ଏହାକୁ ନେଇ ସ୍ୱାମୀ ସବୁବେଳେ ସ୍ତ୍ରୀକୁ ଅନେକ କଥା କହି ଅପମାନ ବୋଧ କରାଇଥାନ୍ତି । ପରିବାର ପାଇଁ କିମ୍ବା ନିଜ ପାଇଁ କିଛି ଖର୍ଚ୍ଚ କରିଲେ ଲୋକଦେଖାଣିଆ କହି କମେଣ୍ଟ କରିଥାନ୍ତି ।

୨. ସୋସିଆଲ ଲାଇଫକୁ ଟାର୍ଗେଟ: ସ୍ତ୍ରୀର ସଫଳତା ସବୁବେଳେ ସ୍ୱାମୀ ଆଖିରେ ଖଟକି ଥାଏ । ତେଣୁ ସେମାନେ ସବୁବେଳେ ସ୍ତ୍ରୀଙ୍କ ସୋସିଆଲ ଲାଇଫକୁ ଟାର୍ଗେଟ କରିଥାନ୍ତି । ସାଙ୍ଗସାଥିଙ୍କ ଗହଣରେ ସମୟ ବିତାଇବା, ଏଞ୍ଜୟ କରିବା ଇତ୍ୟାଦି ପାଇଁ ସେମାନଙ୍କୁ ଅନେକ କଟୁ ଶବ୍ଦ ଶୁଣିବାକୁ ପଡ଼ିଥାଏ । ପ୍ରତି ଅସୁବିଧା ପାଇଁ ସ୍ତ୍ରୀକୁ ଦାୟୀ କରିଥାନ୍ତି ।

୩. କଣ୍ଟ୍ରୋଲ କରିବା: କହିବାକୁ ଗଲେ ଜଣେ ସ୍ୱାମୀ ସବୁବେଳେ ତା ସ୍ତ୍ରୀକୁ କଣ୍ଟ୍ରୋଲରେ ରଖିବାକୁ ଚାହିଁଥାଏ । ଯେତେବେଳେ ତାଙ୍କୁ ଅନୁଭବ ହୁଏ ଯେ ସ୍ତ୍ରୀ ଆଉ ଆୟତରେ ନାହିଁ ସ୍ୱାମୀମାନେ ଟିକେ ଟିକେ କଥାରେ ମୁହଁ ଫୁଲାଇଥାନ୍ତି । କିଛି ସ୍ୱାମୀ ସ୍ତ୍ରୀଙ୍କୁ ବିବାହ ଏବଂ କ୍ୟାରିୟର ଚୟନ କରିବା ପାଇଁ ମଧ୍ୟ କହିଥାନ୍ତି ।

୪. ସମ୍ପର୍କ ଖରାପ ହେବା: ସ୍ୱାମୀଙ୍କୁ ସବୁବେଳେ ଡର ଥାଏ ଯେ ସ୍ତ୍ରୀ ସେମାନଙ୍କ ଠାରୁ ଅଧିକ ସଫଳ ହେଲେ ସମ୍ପର୍କ ଉପରେ ପ୍ରଭାବ ପଡ଼ିବ । ତେଣୁ ସେମାନେ ସ୍ତ୍ରୀକୁ ଅଧିକ ସଫଳ ଦେଖିପାରନ୍ତି ନାହିଁ ।

 

Get real time updates directly on you device, subscribe now.