fbpx

ମୋଜାମ୍ବିକ୍ ଉପକୂଳରେ ବଡ଼ ଦୁର୍ଘଟଣା: ମାଛଧରା ଡଙ୍ଗା ବୁଡ଼ିଯିବାରୁ ୯୧ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ମୋଜାମ୍ବିକର ଉତ୍ତର ଉପକୂଳରେ ଲୋକ ଭର୍ତ୍ତି ଏକ ଡଙ୍ଗା ବୁଡ଼ିଯିବାରୁ ୯୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଅଧିକାରୀ କହିଛନ୍ତି ଯେ, ପ୍ରାୟ ୧୩୦ ଜଣ ଲୋକଙ୍କୁ ନେଇ ମାଛଧରା ଡଙ୍ଗା ନାମପୁଲା ଅଞ୍ଚଳ ନିକଟ ଏକ ଦ୍ୱୀପକୁ ଯିବାବେଳେ ଏହି ଦୁର୍ଘଟଣା ଘଟିଛି ।

ନାମପୁଲା ରାଜ୍ୟ ସଚିବ ଜୈମେ ନେଟୋ କହିଛନ୍ତି ଯେ ଡଙ୍ଗା କ୍ଷମତାରୁ ଅଧିକ ଭର୍ତ୍ତି ଥିଲା, ଏଥିପାଇଁ ଡଙ୍ଗାଟି ବୁଡ଼ିଗଲା । ଏଥିରେ ୯୧ ଜଣ ପ୍ରାଣ ହରାଇଛନ୍ତି ।

ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ଅନେକ ପିଲା ମଧ୍ୟ ଅଛନ୍ତି ବୋଲି ସେ କହିଛନ୍ତି । ଉଦ୍ଧାରକାରୀମାନେ ପାଞ୍ଚ ଜଣ ଜୀବିତ ଲୋକ ମିଳିଥିଲେ ଏବଂ ଅନ୍ୟମାନଙ୍କୁ ଖୋଜୁଥିଲେ ମଧ୍ୟ ସମୁଦ୍ରର ସ୍ଥିତି ଏହି ଅପରେସନକୁ କଷ୍ଟସାଧ୍ୟ କରିଥିଲା । ନେଟୋ କହିଛନ୍ତି ଯେ ଅଧିକାଂଶ ଯାତ୍ରୀ ଆତଙ୍କିତ ଅବସ୍ଥାରେ ପଳାଇବାକୁ ଚେଷ୍ଟା କରିଥିଲେ ।

Get real time updates directly on you device, subscribe now.