fbpx

କୋଭିଶିଲ୍ଡ ଦ୍ୱାରା ହୋଇଥିବା ମୃତ୍ୟୁ ପାଇଁ କ୍ଷତିପୂରଣ ଦାବି, ଟିକାକରଣର ସାଇଡ୍ ଇଫେକ୍ଟକୁ ନେଇ ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ: କୋଭିଶିଲ୍ଡ ଭ୍ୟାକ୍ସିନର ‘ସାଇଡ୍ ଇଫେକ୍ଟ’କୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । କୋଭିଶିଲ୍ଡ ଟିକାର ସାଇଡ୍ ଇଫେକ୍ଟ ସହ ଜଡିତ ବିପଦର ଆକଳନ କରିବା ପାଇଁ ଏକ ବିଶେଷଜ୍ଞ ଡାକ୍ତରୀ ପ୍ୟାନେଲ ଗଠନ ଦାବିରେ ବୁଧବାର ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (ପିଏଲ) ଦାଖଲ କରାଯାଇଛି ।

ଏହି କମିଟି ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଦ୍ୱାରା ପରିଚାଳିତ ହେବ ବୋଲି କୁହାଯାଇଛି । ପିଏଲ ଦାଖଲ କରିଥିବା ଆଡଭୋକେଟ ବିଶାଲ ତିୱାରୀ ଏହି ପିଟିସନରେ କହିଛନ୍ତି ଯେ ଏହି ଟିକା ଯୋଗୁଁ ଅକ୍ଷମ କିମ୍ବା ମୃତ୍ୟୁବରଣ କରିଥିବା ଲୋକଙ୍କୁ କ୍ଷତିପୂରଣ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଉ । ଟିକାର ସାଇଡ୍ ଇଫେକ୍ଟ ଯୋଗୁଁ ହୋଇଥିବା କ୍ଷୟକ୍ଷତି ଆକଳନ କରିବାକୁ ସେ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଦାବି କରିଛନ୍ତି ।

ଏହି ଆବେଦନରେ ବ୍ରିଟିଶ କୋର୍ଟର ଦଲିଲରେ ଦର୍ଶାଯାଇଛି କି , ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରାଜେନେକା ସ୍ୱୀକାର କରିଛି ଯେ ୟୁରୋପରେ ଭାକ୍ସେଭ୍ରିଆ ଏବଂ ଭାରତରେ କୋଭିଶିଲ୍ଡ ନାମକ କୋଭିଡ -୧୯ ଟିକା ଏକ ବିରଳ ମାମଲାରେ ରକ୍ତ ଜମାଟ ବାନ୍ଧିପାରେ । ଯଦିଓ ଏହାର କାରଣ ଜଣା ପଡିନାହିଁ ।

ଭାରତରେ ଥିବା ଆଷ୍ଟ୍ରାଜେନେକା ଟିକା ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଆବେଦନ ଅନୁଯାୟୀ ଭାରତରେ କୋଭିଶିଲ୍ଡର ୧୭୫ କୋଟିରୁ ଅଧିକ ଡୋଜ ଦିଆଯାଇଛି ।

Get real time updates directly on you device, subscribe now.