(Video) ପ୍ରଥମଥର ଦେଖିବାକୁ ମିଳିଲା ବନ୍ଦେ ଭାରତ ମେଟ୍ରୋର ଝଲକ, ୧୨୪ଟି ସହରକୁ କରିବ ସଂଯୋଗ

ନୂଆଦିଲ୍ଲୀ: ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଅମୃତ ଭାରତ ଏକ୍ସପ୍ରେସ ଭାରତୀୟ ରେଲୱେର ଜାନ ହୋଇସାରିଛି । ଏହି ଦୁଇଟି ଟ୍ରେନ ଭାରତୀୟଙ୍କୁ ଆରମଦାୟକ ଏବଂ ଏକ୍ସପ୍ରେସ ଯାତ୍ରାର ଆନନ୍ଦ ଉପଭୋଗ କରାଇବ । ଏବେ ଦୈନନ୍ଦିନ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଲୱେ ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ନେଇ ଆସୁଛି । ଏହାରି ମଧ୍ୟରେ ଏକ ଖବର ସାମ୍ନାକୁ ଆସିଥିଲା ଯେ, ବନ୍ଦେ ଭାରତ ମେଟ୍ରୋ ଭାବେ ପ୍ରସ୍ତୁତ ହୋଇଡ଼ି ଏବଂ ଏହାର ଟ୍ରାଏଲ ରନ ଜୁଲାଇରୁ ଆରମ୍ଭ ହେବ । ତେବେ ବର୍ତ୍ତମାନ ଏହାର ପ୍ରଥମ ଝଲକ ସାମ୍ନାକୁ ଆସିଛି । ଭାରତୀୟ ରେଲୱେ କହିଥିଲା ଯେ, ପ୍ରାରମ୍ଭରେ ଏହି ଟ୍ରେନ ୧୨୪ଟି ସହରକୁ ସଂଯୋଗ କରିବ ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓରେ ଏହି ନାରଙ୍ଗୀ ରଙ୍ଗର ବନ୍ଦେ ଭାରତ ମେଟ୍ରୋ ଦେଖିବାକୁ ମିଳୁଛି । ଭିଡିଓରେ ଟ୍ରେନର ଇଣ୍ଟେରିୟରର ଝଲକ ମଧ୍ୟ ଦେଖିବାକୁ ମିଳୁଛି । ଏଥିରେ ସିଟଗୁଡିକୁ ନୀଳ ରଙ୍ଗ ଦିଆଯାଇଛି । ଏଥିସହ ମଡର୍ଣ୍ଣ ଟଏଲେଟ ଏବଂ ଚାର୍ଜିଂ ପଏଣ୍ଟ ମଧ୍ୟ ରହିଛି ।

Get real time updates directly on you device, subscribe now.