fbpx

ଫିଲ୍ମ ଦୁନିଆରୁ ବିଦାୟ ନେବେ କୁଇନ କଙ୍ଗନା! ଟାଟା-ବାଏବାଏକୁ ନେଇ କହିଲେ ଏହି କଥା

AAKASH

ମୁମ୍ବାଇ: କଙ୍ଗନା ରାନାୱତ ଦାବି କରିଛନ୍ତି ଯେ, ତାଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ଅମିତାଭ ବଚନଙ୍କ ପରି ଭଲପାଇବା ଏବଂ ସମ୍ମାନ ମିଳିଛି । ରାଜନୀତିରେ ପାଦ ଥାପିସାରିଥିବା ଏହି ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟୀର ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଛନ୍ତି । ଏହି ନିର୍ବାଚନ ରାଲି ମଧୟରେ ଏକ ଭାଇରାଲ ଭିଡିଓ ସାମ୍ନାକୁ ଆସିଛି । ଏଥିରେ କଙ୍ଗନା ନିଜକୁ ସୁପରଷ୍ଟାର ଅମିତାଭ ବଚନଙ୍କ ସହ ତୁଳନା କରିଛନ୍ତି । ଏଥିସହ କଙ୍ଗନା ଇସାରା କରିଛନ୍ତି ଯେ, ପଲିଟିକ୍ସରେ ସଫଳତା ମିଳିବା ପରେ ସେ ବଲିଉଡ ଛାଡିଦେବେ ।

କଙ୍ଗନା ରାନାୱତ କହିଛନ୍ତି ଯେ, ‘ମୁଁ ଫିଲ୍ମରେ ରୋଲ କରୁଛି ଏବଂ ନିର୍ଦ୍ଦେଶନା ମଧ୍ୟ ଦେଉଛି । ଯଦି ମୋତେ ରାଜନୀତିରେ ସମ୍ଭାବନା ଦେଖାଯାଉଛି ତେବେ ଲୋକ ମୋ ସହ ସାମିଲ ହେଉଛନ୍ତି, ତେବେ ମୁଁ ରାଜନୀତି ହିଁ କରିବି । ଆଇଡିୟଲୀ ମୁଁ କେବଳ ଗୋଟିଏ ହିଁ କାମ କରିବାକୁ ଚାହୁଁଛି । ଯଦି ମୋତେ ଲାଗୁଛି ଲୋକଙ୍କୁ ମୋର ଆବଶ୍ୟକତା ରହିଛି ତେବେ ମୁଁ ସେହି ଦିଗରେ ହିଁ କାମ କରିବି । ଯଦି ମୁଁ ମଣ୍ଡିରୁ ବିଜୟ ପ୍ରାପ୍ତ କରୁଛି ତେବେ ମୁଁ କେବଳ ରାଜନୀତି କରିବି । ମୋତେ ଅନେକ ଫିଲ୍ମ ମେକର କହୁଛନ୍ତି ଯେ, ରାଜନୀତିକୁ ଯାଆନ୍ତୁନି । ଆପଣ ଲୋକଙ୍କ ଆଶା ପୂରଣ କରିପାରିବେ ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ମୋର ବ୍ୟକ୍ତିଗତ ଅଭିଳାଷ ହେତୁ ଲୋକମାନେ ଅସୁବିଧାରେ ରହିବା ଭଲ ନୁହେଁ। ମୁଁ ଏକ ପ୍ରିଭିଲେଜ ଜୀବନ ବିତାଇଛି, ଯଦି ବର୍ତ୍ତମାନ ମୁଁ ଲୋକଙ୍କ ସହ ଯୋଡିବାର ସୁଯୋଗ ପାଇଛି, ତେବେ ମୁଁ ଏହାକୁ ନିଶ୍ଚୟ ପୂରଣ କରିବି। ମୁଁ ଭାବୁଛି ସର୍ବପ୍ରଥମେ ଲୋକମାନେ ତୁମଠାରୁ ଆଶା କରୁଥିବା ବିଷୟକୁ ନ୍ୟାୟ ଦେବା ଉଚିତ୍।

Get real time updates directly on you device, subscribe now.