fbpx

ଗେମିଂ ଦୁନିଆରେ ଏଣ୍ଟ୍ରି କରିବ Microsoft ! ଆପଲ ଏବଂ ଗଗୁଲକୁ ଦେବ ଟକ୍କର

ନୂଆଦିଲ୍ଲୀ: ଆଜିକାଲି ଅନଲାଇନ୍ ଗେମିଂ ଅଧିକାଂଶ ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି । ଆଉ ଏହାର ଫାଇଦା ଉଠାଉଛନ୍ତି ଅନେକ ଗେମିଂ ଆପ୍ । ଏଥିମଧ୍ୟରେ ମାଇକ୍ରୋସଫ୍ଟ ନିଜସ୍ୱ ଅନଲାଇନ୍ ମୋବାଇଲ ଗେମ୍ ଷ୍ଟ୍ରୋର ଏଞ୍ଚ କରିବାକୁ ଯାଉଛି । ଜୁଲାଇ ମାସରେ ଏହା ଲଞ୍ଚ୍ ହେବା ନେଇ ବ୍ଲୁମବର୍ଗ ଟେକ୍ନୋଲୋଜି ସମିଟରେ ସୂଚନା ଦେଇଛନ୍ତି Xboxର ମୁଖ୍ୟ ସାରା ବଣ୍ଡ୍(Sarah Bond) । ମାଇକ୍ରୋସଫ୍ଟର ଏହି ଅନଲାଇନ୍ ମୋବାଇଲ ଗେମ୍ ଷ୍ଟୋରରେ ମାଇକ୍ରୋସଫ୍ଟ ଗେମ୍ ଷ୍ଟୁଡିଓ ଦ୍ୱାରା ନିର୍ମିତ ଅନେକ ଗେମ୍ ରହିଛି । ଏହି ଷ୍ଟୋର କୌଣସି ଆପ୍ ଭଳି ନୁହେଁ ବରଂ ୱେବ୍ ବ୍ରାଉଜରରେ ଚାଲିବ ।

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ ଏହି ଷ୍ଟୋରରେ Candy Crush Saga ଏବଂ Call of Duty: Mobile ଭଳି ଗେମ୍ ଏହି ଷ୍ଟୋରରେ ଉପଲବ୍ଧ ହେବ । ଏହା ବ୍ୟତୀତ ଏହି ଗେମ୍ ପାଇଁ ବ୍ୟବହାର ହେଉଥିବା ସାମଗ୍ରୀ ଉପରେ ରିହାତି ସୁବିଧା ରହିଛି । Xboxର ମୁଖ୍ୟ ସାରା ବଣ୍ଡଙ୍କ କହିବାନୁଯାୟୀ ଏହି ଷ୍ଟୋର କୌଣସି ଆପ୍ ଷ୍ଟୋର ଉପରେ ନିର୍ଭରଶୀଳ ହେବ ନାହିଁ ବରଂ ସିଧା ୱେବ୍ ବ୍ରାଉଜରରେ ଚାଲିବ । ଏହାକୁ ଆପଣ ଯେକୌଣସି ଡିଭାଇସରେ ଏବଂ କେଉଁ ବି ଦେଶରେ ବ୍ୟବହାର କରିପାରିବେ । ଆପଣ ଚାହିଁଲେ ଏହି ଡିଭାଇସରେ କରିପାରିବେ । ଆପଣଙ୍କ ସମସ୍ତ ଗେମ୍ ଏବଂ ରିୱାର୍ଡ଼ର ଲାଭ ଉଠାଇ ପାରିବେ । ବର୍ତ୍ତମାନ ଗେମର୍ସଙ୍କୁ ନିଜ ଆପ୍ ଷ୍ଟୋର ଉପରେ ପ୍ରାପ୍ତ ହେଉଥିବା ୩୦% କମିଶନରୁ ବର୍ତ୍ତିବା ପାଇଁ ଗେମର୍ସ(ଖେଳାଳି)ଙ୍କ ପାଇଁ ମାଇକ୍ରୋସଫ୍ଟର ଏହି ଗେମ୍ ଷ୍ଟୋର ଏକ ଉତ୍ତମ ବିକଳ୍ପ । ବର୍ତ୍ତମାନ ଅଧିକାଂଶ ଗେମ୍ Google Play Store ଏବଂ Apple App Storeରେ ଉପଲବ୍ଧ ହେଉଛି । ତେବେ ଦେଖିବାକୁ ବାକି ରହିଲା ଗେମର୍ସଙ୍କୁ ଏହି ନୂତନ ଷ୍ଟେରରୁ କେଉଁ ସବୁ ରିହାତି ମିଳିବ । ମାଇକ୍ରୋସଫ୍ଟ ଦୁନିଆର ସବୁଠାରୁ ବଡ଼ ଗେମିଂ କମ୍ପାନୀ କିନ୍ତୁ ମୋବାଇଲ ଗେମିଂ ମାର୍କେଟରେ ଏବେ ବି ପଛରେ ରହିଛି । ମାଇକ୍ରୋସଫ୍ଟର ଏଭଳି ପଦକ୍ଷେପ ଗୁଗୁଲ ଏବଂ ଆପଲ ଆପ୍ ଷ୍ଟୋର ପାଇଁ ଚ୍ୟାଲେଞ୍ଜ ଭାବେ ଦେଖାଯାଉଛି । କିନ୍ତୁ ମାଇକ୍ରୋସଫ୍ଟ ନିଜସ୍ୱ ଆପ୍ ଷ୍ଟୋର ଲଞ୍ଚ୍ କରିବା ନେଇ କିଛି ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.