ମୁମ୍ବାଇ: ମୁମ୍ବାଇର ଘାଟକୋପରରେ ଆଜି ସଂଧ୍ୟାରେ ଝଡ଼-ପୋଫାନରେ ବଡ଼ ଦୁର୍ଘଟଣା ଘଟିଛି । ଏଥିରେ ଏକ ପେଟ୍ରୋଲ ପମ୍ପ ଉପରେ ଲାଗିଥିବା ବିଶାଳ ବିଲବୋର୍ଡ ଅଚାନକ ଭାଙ୍ଗି ପଡିଲା । ଏଥିରେ ଫସିଯାଇ ୮ ଜଣଙ୍କର ମୃତ୍ୟୁ ଘଟିବା ସହ ୫୯ ଜଣ ଆହତ ହୋଇଛନ୍ତି । ବିଲବୋର୍ଡ ପେଟ୍ରୋଲ ପମ୍ପ ଷ୍ଟେସନରେ ଅନେକ କାରକୁ ଭାଙ୍ଗିଦେଇଛି । ପୋଲିସ କହିଛି ଯେ, ଏନଡିଆରଏଫର ଟିମ ଘଟଣାସ୍ଥଳରେ ଫସିରହିଥିବା ଲୋକଙ୍କୁ ଉଦ୍ଧାର କରୁଛି । କିଛି ଲୋକେ ଏଥିରେ ଆହୁରି ଫସିଛନ୍ତି ବୋଲି କୁହାଯାଉଛି ।
ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡନବୀସ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ସରକାର ଘଟଣାର ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି । ସେ କହିଛନ୍ତି ଅନେକ ଲୋକଙ୍କୁ ବାହାର କରାଯାଇଛି । ଏଥିସହ ରେସ୍କ୍ୟୁ ଅପରେସନ ଚାଲୁ ରହିଛି । ଏଥିରେ ଯେଉଁ ଲୋକେ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ଯାଞ୍ଚ ପାଇଁ ଆଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଘଟଣାସ୍ଥଳରେ ପହଁଚି ଏଥିରେ ମୃତ୍ୟୁ ବରଣ କରିଥିବା ଲୋକଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ଅନୁକମ୍ପା ଦେବାର ଘୋଷଣା କରିଛନ୍ତି ।