OpenAI ଲଞ୍ଚ କଲା ନୂଆ AI ମଡେଲ ‘GPT-4o’: ମଣିଷ ପରି କଥାବାର୍ତ୍ତା କରିପାରିବ ଏହି ମଡେଲ

ନୂଆଦିଲ୍ଲୀ: ଚାଟଜିପିଟିର ସଫଳତାର ପରେ ଓପନଏଆଇ ଏକ ନୂଆ ମଡେଲ ‘ଜିଟିପି-୪୦’ ଲଞ୍ଚ କରିଛି । ଏଠାରେ ‘ଓ’ର ଅର୍ଥ ହେଉଛି ‘ଓମନୀ’ । ମଣିଷ ଓ କମ୍ପ୍ୟୁଟର ମଧ୍ୟରେ ଯୋଗାଯୋଗ ସ୍ଥାପନ କ୍ଷେତ୍ରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ନୂଆ ମଡେଲ ରିୟଲ ଟାଇମ ଟେକ୍ସଟ, ଅଡିଓ ଓ ଭିଡିଓ ଉପରେ କାମ କରିବ । ସାଧାରଣ ଭାଷାରେ କହିବାକୁ ଗଲେ ଜିପିଟି ନିର୍ମାତା ଏବେ ଯେଉଁ ଟୁଣ ସାମ୍ନାକୁ ଆଣିଛନ୍ତି ତାହା ମଣିଷ ପରି କଥାବାର୍ତ୍ତା କରୁଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବର୍ତ୍ତମାନର ଚାଟିପିଟି (ଫ୍ରି ଭର୍ସନ) କେବଳ ଟେକ୍ସଟ ଉପରେ କାମ କରୁଛି । ମାତ୍ର ଏବେ ଲଞ୍ଚ ହୋଇଥିବା ନୂଆ ଏଆଇ ମଡେଲ ଟେକ୍ସଟ ବ୍ୟତୀତ ଅଡିଓ, ଇମେଜ ଓ ଭିଜିଆଲକୁ ମଧ୍ୟ ବୁଝି ପାରିବ । ଆପଣଙ୍କ ଆଖପାଖରେ କ’ଣ ଘଟୁଛି ତାହାକୁ ମଧ୍ୟ ଚାଟଜିପିଟି ଦେଖି କରି କହିପାରିବ । କମ୍ପାନୀ ମୁତାବକ, ଜିପିଟି ୪୦ ଜିପିଟି ୪ର ଏକ ଆଇଟରେଶନ ଅଟେ, ଯାହାକି ବହୁତ ଫାଷ୍ଟ ଅଟେ । ଏହା ଟେକ୍ସଟ, ଭିଜନ ଓ ଅଡିଓ ଉପରେ କାମ କରିଥାଏ । ଓପନଏଆଇର ସିଟିଓ ମୀରା ମୁରାତୀ ଜିପିଟି ୪୦ର ଘୋଷଣା କରିବା ଅବସରରେ ଏହା ସମସ୍ତ ଜିପିଟି ୟୁଜର୍ସଙ୍କ ପାଇଁ ଫ୍ରି ଓ ପେଡ ୟୁଜର୍ସଙ୍କ ପାଇଁ ଅଧିକ ଲିମିଟ୍ ଦିଆଯିବ ବୋଲି କହିଛନ୍ତି । ଏହି ମଡେଲ ମଣିଷ ପରି କଥାବାର୍ତ୍ତା କରିପାରିବ ବୋଲି ସେ କହିଛନ୍ତି ।

ଓପନଏଆଇର ସିଇଓ ସାମ ଅଲ୍ଟମ୍ୟାନ କହିଛନ୍ତି, ଏହି ମଡେଲ ଏକ ମଲ୍ଟୀମଡେଲ ଅଟେ, ଯାହାକି ଭଏସ, ଟେକ୍ସଟ ଓ ଇମେଜ ମାଧ୍ୟମରେ ମଧ୍ୟ କମାଣ୍ଡ ନେଇ ପାରିବ । ତିନି ପ୍ରକାର କମାଣ୍ଡ ନେଇ ଜିପିଟି ୪୦ ନିଜେ କଣ୍ଟେଣ୍ଟ ଜେନେରେଟ କରିପାରିବ । ଅର୍ଥାତ କେବଳ ଟେକ୍ସଟ ନୁହେଁ, ବରଂ ଭିଜୁଆଲ, ଇମେଜ ବା ଅଡିଓକୁ ମଧ୍ୟ ଚାଟଜିପିଟି ବୁଝି ପାରିବ । ଓପନଏଆଇ ଯେଉଁ ଡେମୋ ଦେଖାଇଛି ତାହା ବେଶ୍ ଆଶ୍ଚର୍ଯ୍ୟଜନକ । ଚାଟଜିପିଟିର ଇଣ୍ଟରଫେସକୁ ଯାଇ ଯଦି ଆପଣ କ୍ୟାମେରର ଆକ୍ସେସ ଦେବେ ତେବେ ଆପଣଙ୍କ ଆଖପାଖର ଜିନିଷକୁ ଦେଖି କ’ଣ ଘଟୁଛି ବୋଲି ଜିପିଟି ୪୦ କହିପାରିବ ।

Get real time updates directly on you device, subscribe now.