fbpx

ଫେରିଲେ ବିଜୟ ମହାନ୍ତି

ଭୁବନେଶ୍ୱର,୧୪ ।୬(ଓଡିଶା ଭାସ୍କର): ଓଲିଉଡ଼ର ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ମାତା ଓ ନିର୍ଦ୍ଦେଶକ ବିଜୟ ମହାନ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ସେ ଆଜି ଭୁବନେଶ୍ୱର ଆସି ପହଞ୍ଚିଛନ୍ତି । ହାଇଦ୍ରାବାଦରୁ ଏକ ସ୍ୱତନ୍ତ୍ର ‌ଆମ୍ବୁଲାନ୍ସରେ ଆସି ଆଜି ସକାଳେ ସେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ସୂଚନା ମୁତାବକ, ଗତକାଲି ମଧ୍ୟାହ୍ନ ପ୍ରାୟ ୧୨ଟାରେ ସେ ହାଇଦ୍ରାବାଦରୁ ଆମ୍ବୁଲାନ୍ସ ବସ୍ ଯୋଗେ ବାହାରିଥିଲେ।। ଅସୁସ୍ଥତା କାରଣରୁ କିଛି ଦିନ ତଳେ ବିଜୟ ମହାନ୍ତି ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯିବ। ବିଜୟଙ୍କୁ ଆଣିବାକୁ ଏକ ଆମ୍ବୁଲାନ୍ସ ଭୁବନେଶ୍ୱରରୁ ପଠା ଯାଇଥିଲା। ଦୁଇ ମେଡିକାଲ କର୍ତ୍ତୃପକ୍ଷ କଥା ହେବା ପରେ ତାଙ୍କୁ ସଡ଼କ ମାର୍ଗରେ ଅଣାଯିବାକୁ ନିଷ୍ପତ୍ତି ହୋଇଥିଲା।

ତେବେ ବିଜୟ ମହାନ୍ତି, ହାଇଦ୍ରାବାଦରେ ଥିବାବେଳେ ମେ’ ୨୬ ତାରିଖରେ ମେଡିକାଲ୍‌ ଚେକ୍‌ଅପ୍‌ ପାଇଁ ଯାଇଥିବାବେଳେ ହୃଦଘାତ୍‌ ହୋଇଥିଲା। ସେବେଠୁ ସେ ଚିକିତ୍ସିତ ହେଉଥିଲେ। କିନ୍ତୁ ଘରକୁ ନଫେରି ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପୂର୍ବବତ ଚିକିତ୍ସା ଚାଲୁ ରହିବ।

Get real time updates directly on you device, subscribe now.