ଓଡ଼ିଶା ଭାସ୍କର: ଆପଣ ଜାଣିଛନ୍ତି କି ଆପଣଙ୍କ ଶୋଇବା ଶୈଳୀରେ ଆପଣଙ୍କ ବ୍ୟକ୍ତିତ୍ୱ ଲୁଚି ରହିଛି । ଏଥିରେ ଆପଣଙ୍କ ସ୍ୱାଭାବ ମଧ୍ୟ ଜଣାପଡିଥାଏ ଏବଂ ଆପଣ କିପରି ମଣିଷ ତାହା ମଧ୍ୟ ଜଣାପଡିଥାଏ । ଅନେକ ଷ୍ଟଡିରୁ ଏହା ପ୍ରମାଣିତ ହୋଇଛି ଯେ, ଆମ ଶୋଇବା ଶୈଳୀ ଆମ ବ୍ୟକ୍ତିତ୍ୱ ସହ ଜଡିତ । ଆମେ କିପରି ଶୋଉଛୁ ତାହା ଆମ ସବକନସିୟସ ମାଇଣ୍ଡ ଉପରେ ହିଁ ଡିପେଣ୍ଡ କରିଥାଏ । ତେବେ ଆସନ୍ତୁ ଜାଣିବା ଏହି ବିଷୟରେ..
୧)ହାତ-ଗୋଡ ମୋଡି ଗୋଲ ହୋଇ ଶୋଇବା, ଯେପରି ଗୋଟେ ପିଲା ଗର୍ଭରେ ଅଛି । ତେବେ ଏକ ସର୍ଭେରେ ଜଣାପଡିଛି ଯେ, ଏହି ପୋଜିସନରେ ପ୍ରାତୟଃ ୪୧ ପ୍ରତିଶତ ଲୋକେ ଏଭଳି ଶୁଅନ୍ତି । ତେବେ ଏପରି ଶୈଳୀରେ ଶୋଉଥିବା ଲୋକେ ଲାଜକୁଳା ଏବଂ ସମ୍ବେଦନଶୀଳ ବ୍ୟକ୍ତି ଅଟନ୍ତି । କୌଣସି ଜିନିଷ ବିଷୟରେ ଆବଶ୍ୟକତା ଠାରୁ ଅଧିକ ଭାବନ୍ତି ନାହିଁ । ଏମାନେ ସମସ୍ୟା ଠାରୁ ଦୂରେଇ ଯିବାକୁ ଚାହାନ୍ତି । ଏମାନେ ମାନସିକ ସ୍ତରରେ କମଜୋର ଅଟନ୍ତି ।
୨)ଗୋଟିଏ ପଟ ହୋଇ ଶୋଇ ହାଥ-ପାଦ ସିଧା ରଖୁଥିବା ଲୋକଙ୍କୁ ସାମାଜିକ ଏବଂ ଆରମଦାୟକ ଜୀବନ ଅତିବାହିତ କରିବାକୁ ଭଲ ଲାଗେ । ଏମାନେ ଭରଷାଯୋଗ୍ୟ ହୋଇଥାଆନ୍ତି । ଯାହାର ଫାଇଦା ଅନେକ ଲୋକଙ୍କୁ ଉଠାଇଥାଆନ୍ତି ଏବଂ ଏମାନଙ୍କୁ ଧୋକା ମିଳିଥାଏ ।
୩)ସିଧା ଶୋଇ ହାତ ଖୋଲା ରଖି ଶୋଉଥିବା ବ୍ୟକ୍ତି ଖୋଲା ଚିନ୍ତାଧାରାର ହୋଇଥାଆନ୍ତି । ଏହି କାରଣରୁ ଅନେକ ଥର ଜିଦଖୋର ହୋଇଥାଆନ୍ତି । ଗୋଟିଏ ଥର ଆଗକୁ ବଢିବା କଥା ଭାବିଦେଲେ ଏମାନେ କାହାରିକୁ ଶୁଣିନଥାଆନ୍ତି ।
୪)ଯେଉଁମାନେ ପିଠି ଆଡକୁ ହାତ ରଖି ଗୋଡ ସିଧା କରି ଶୁଅନ୍ତି ସେମାନେ ରିଜର୍ବ ରହିବାକୁ ପସନ୍ଦ କରନ୍ତି । ଏମାନେ ବ୍ୟବସ୍ଥିତ ରୁହନ୍ତି ଏବଂ ନିଜଠାରୁ ଅଧିକ ଆକାଂକ୍ଷାମାନ ରଖିଥାଆନ୍ତି । ଏପରି ଲୋକେ ନିଜକୁ ଏବଂ ଅନୂମାନଙ୍କୁ ଗଭୀରତାର ସହ ନିଅନ୍ତି ।
୫)ଯେଉଁମାନେ ପେଟେଇକି ଶୁଅନ୍ତି ସେମାନେ ମସ୍ତ ଏବଂ ଖୋଲା ବିଚାରଧାରାର ବ୍ୟକ୍ତି ହୋଇଥାଆନ୍ତି । ଏମାନଙ୍କୁ ଫ୍ରି ରହିବାକୁ ପସନ୍ଦ କରିଥାଆନ୍ତି । ଏପରି ଲୋକେ ରିସ୍କ ନେବାରେ ଆଦୌ ଡରନ୍ତି ନାହିଁ ।
୬)ଯେଉଁମାନେ ସିଧା ଶୋଇ ଗୋଡ ପ୍ରସାର କରି ଶୋଇବାକୁ ପସନ୍ଦ କରନ୍ତି ସେମାନଙ୍କ ଜୀବନରେ ସାଙ୍ଗମାନଙ୍କୁ ଅଧିକ ଗୁରୁତ୍ୱ ଦେଇଥାଆନ୍ତି । ଏମାନେ ଅନ୍ୟମାନଙ୍କ କଥାକୁ ଧ୍ୟାନର ସହ ଶୁଣିବାକୁ ପସନ୍ଦ କରନ୍ତି ଏବଂ ସେମାନଙ୍କ ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରନ୍ତି ।
୭)ଦୁଇହାତକୁ ମୁଣ୍ଡ ତଳେ ଦେଇ ଶୋଇବା ବ୍ୟକ୍ତିମାନେ ବିନ୍ଦାସ ସ୍ୱାଭାବର ହୋଇଥାଆନ୍ତି । ଏମାନେ କାହାରି କଥା ଚିନ୍ତା କରନ୍ତି ନାହିଁ । କିନ୍ତୁ ଏମାନେ ଅନ୍ୟମାନଙ୍କ ଭଲ ପାଇଁ କାମ କରନ୍ତି । ଏମାନେ ପ୍ରାକ୍ଟିକାଲ ହେବା ଅପେକ୍ଷା ଅଧିକ ଇମୋସନାଲ ହୋଇଥାଆନ୍ତି ।
୮)ଯେଉଁମାନେ ତକିଆକୁ ଧରି ଶୁଅନ୍ତି, ସେମାନେ ପ୍ରେମରେ ପରିପୂର୍ଣ୍ଣ ଅଟନ୍ତି । ସେମାନଙ୍କୁ ଭଲପାଇବା ଦେବା ଏବଂ ପାଇବା ଅଧିକ ପସନ୍ଦ ହୋଇଥାଏ । ସେମାନଙ୍କ ଜୀବନରେ ସଂପର୍କର ଗୁରୁତ୍ୱ ଅଧିକ ରହିଥାଏ ।