ନୂଆଦିଲ୍ଲୀ: ସାଧାରଣ ଭାବେ ଘର, ଶସ୍ୟାଗାରମାନଙ୍କରେ ମୂଷାମାନେ ଉତ୍ପାତ କରିବା ଏକ ସାଧାରଣ କଥା । ଆମ ଘରମାନଙ୍କରେ ଅନେକ ସମୟରେ କିଛି ଜରୁରୀ ଖାଦ୍ୟ ସାମଗ୍ରୀକୁ ମୂଷାମାନେ ଗାତ ଭିତରକୁ ନେଇଯାଇଥାନ୍ତି । ତେବେ ଏହା ମଧ୍ୟରେ ସରକାରୀ ହସ୍ପିଟାଲରେ ମୂଷାମାନଙ୍କର କାରନାମା ସବୁ ସୀମା ଲଙ୍ଘି ଦେଇଛି । ମୂଷାମାନେ ରୋଗୀମାନଙ୍କର ଗୋଡ଼କୁ କାଟିବା ସହିତ ଖାଦ୍ୟ ବି ନେଇଯାଉଥିବାର ଖବର ସାମ୍ନାକୁ ଆସିଛି । ଏହି ଖବରକୁ ନେଇ ଏବେ ଚାରିଆଡ଼େ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ।
ଖବର ମୁତାବକ, ମଧ୍ୟପ୍ରଦେଶର ସରକାରୀ ହସ୍ପିଟାଲରେ ଦେଖିବାକୁ ମିଳିଛି ଏଭଳି ଅଜବ ଘଟଣା । ମୂଷାମାନଙ୍କ ଉତ୍ପାତକୁ ନେଇ ଏବେ ରୋଗୀମାନେ ଭୟଭୀତ ହୋଇପଡ଼ିଛନ୍ତି । ମୂଷାମାନେ ରୋଗୀଙ୍କର ପାଦକୁ ଦାନ୍ତରେ କାଟିବା ସହିତ ଖାଦ୍ୟବୁ ଖାଇ ଦେଉଥିବା ଜଣାପଡ଼ିଛି । ଏହି ଘଟଣାରେ ଜଣେ ମହିଳାଙ୍କର ଦୁଇ ପାଦରେ ଘା’ ହୋଇଯାଇଥିବାର ଜଣାପଡ଼ିଛି । ଏପରିକି କିଛି ରୋଗୀଙ୍କର ଆଙ୍ଗୁଠିକୁ ମଧ୍ୟ ମୂଷା କାଟିଥିବା କୁହାଯାଉଛି । ରାଜ୍ୟର ଛିନ୍ଦୱାଡ଼ା ସରକାରୀ ହସ୍ପିଟାଲରେ ଏହା ଦେଖିବାକୁ ମିଳିଛି । ରାତି ସମୟରେ ମୂଷାମାନେ ରୋଗୀଙ୍କର ଖାଦ୍ୟକୁ ଧରି ନେଇଯାଉଥିବା କିଛି ପରିଜନ କହିଛନ୍ତି ।