fbpx

୧୨୦୦ ଟଙ୍କା ଶସ୍ତା ହେଲା ରୂପା, ଜାଣନ୍ତୁ କେତେ କମିଲା ସୁନା

ନୂଆଦିଲ୍ଲୀ: ଗହଣା ବଜାରରେ ଗୁରୁବାର ଦିନ ରୂପା ଦରରେ ଜବରଦସ୍ତ ହ୍ରାସ ଦେଖିବାକୁ ମିଳିଛି ଏବଂ ଏହା ଗତକାଲି ତୁଳନାରେ କିଲୋଗ୍ରାମ ପିଛା୧୪୦୦ ଟଙ୍କା ଶସ୍ତା ହୋଇଛି । ଏହି ହ୍ରାସ ପରେ ରୂପା ୯୪ ହଜାର ୮୦୦ ଟଙ୍କା ହୋଇଯାଇଛି । ସୁନା ମୂଲ୍ୟରେ ମଧ୍ୟ ଆଜି ହ୍ରାସ ଘଟିବା ଦେଖିବାକୁ ମିଳିଛି । ଗତକାଲି ତୁଳନାରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୦୦ ଟଙ୍କା ଶସ୍ତା ହୋଇ ୭୨ ହଜାରରେ ପହଞ୍ଚିଛି ।

ଆଜି ଅର୍ଥାତ ୩୦ ମେ ୨୦୨୩ରେ ଡେଲିଭରୀ ରୂପା ଗହଣା ବଜାରରେ ଗତକାଲି ତୁଳନାରେ କିଲୋଗ୍ରାମ ପିଛା ୧୪୦୩ ଟଙ୍କା ଶସ୍ତା ହୋଇ ୯୪ ହଜାର ୭୫୯ ଟଙ୍କା ହୋଇଛି । ବୁଧବାର ଦିନ ରୂପା କିଲୋଗ୍ରାମ ପିଛା ୯୬ ହଜାର ୧୬୨ ଟଙ୍କାରେ କ୍ଲୋଜ ହୋଇଥିଲା ।

ଗହଣା ବଜାରରେ ସୁନା ମଧ୍ୟ ରୂପା ପରି ଗୁରୁବାର ଦିନ ହ୍ରାସ ପାଇବା ଦେଖାଦେଇଛି । ୫ ଜୁନରେ ଡେଲିଭରୀ ସୁନା ଏମସିଏକ୍ସରେ ଗତକାଲି ତୁଳନାରେ ପ୍ରତି ୧୦ ଗ୍ରାମ ପିଛା ୨୧୮ ଟଙ୍କା ଶସ୍ତା ହୋଇ ୭୧ ହଜାର ୯୭୫ ଟଙ୍କାରେ ପହଁଚିଛି । ସେହିଭଳି ଗତକାଲି ଏହା ୭୨ ହଜାର ୧୯୩ ଟଙ୍କା ପ୍ରତି ୧୦ ଗ୍ରାମ ପିଛା ବନ୍ଦ ହୋଇଥିଲା ।

Get real time updates directly on you device, subscribe now.