fbpx

Exit Pollର ପ୍ରଥମ ତଥ୍ୟ ସାମ୍ନାକୁ ଆସିଲା: ତାମିଲନାଡ଼ୁରେ ବିଜେପିକୁ ୨-୪ ସିଟ୍ ମିଳିବାର ସମ୍ଭାବନା

ନୂଆଦିଲ୍ଲୀ: ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଦେଖିବାକୁ ମିଳିଛି । ଲୋକସଭାର ୫୪୩ଟି ସିଟ୍ ପାଇଁ ୭ଟି ପର୍ଯ୍ୟାୟରେ ମତଦାନ ହୋଇଛି । ଆଜି ୭ମ ପର୍ଯ୍ୟାୟରେ ୫୮ଟି ସିଟରେ ମତଦାନ ସରିଛି । ଲୋକସଭା ନିର୍ବାଚନର ମତଦାନ ପ୍ରକ୍ରିୟା ସମାପ୍ତ ହେବା ପରେ ଏବେ ସାରା ଦେଶବାସୀ ଫଳାଫଳକୁ ଅତ୍ୟନ୍ତ ଉତ୍ସୁକତାର ସହିତ ଚାହିଁ ରହିଛନ୍ତି । ଆଉ ଦୁଇଦିନ ପରେ ଜୁନ ୪ରେ ଫଳାଫଳ ଘୋଷିତ ହେବ । କେଉଁ ଦଳର ସରକାର ଦେଶକୁ ଶାସନ କରିବ ସେନେଇ ଏବେ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ତେବେ ଅନ୍ତିମ ପର୍ଯ୍ୟାୟ ଭୋଟିଂ ପରେ ଏଗଜିଟ ପୋଲର ତଥ୍ୟ ଆସିବା ଆରମ୍ଭ ହୋଇଯାଇଛି ।

ଇଣ୍ଡିଆ ଟୁଡେ-ଏକ୍ସିସ ମାଇ ଇଣ୍ଡିଆର ଏଗଜିଟ ପୋଲ ମୁତାବକ, ଏଥର ବିଜେପି ନେତୃତ୍ୱାଧିନ ବିଜେପିକୁ ତାମିଲନାଡ଼ୁରେ ୨୨ ପ୍ରତିଶତ ଭୋଟ ମିଳିପାରେ । ଏନଡିଏ ତାମିଲନଡ଼ୁର ମୋଟ ୩୯ଟି ଲୋକସଭା ଆସନ ମଧ୍ୟରୁ ୨-୪ଟି ଆସନ ମଧ୍ୟରେ ସୀମିତ ରହିବା ନେଇ ଅନୁମାନ କରାଯାଉଛି । ଅନ୍ୟପକ୍ଷରେ ରାଜ୍ୟରେ ଇଣ୍ଡିଆ ମହାମେଣ୍ଟକୁ ୪୬ ପ୍ରତିଶତ ଭୋଟ ମିଳିପାରେ । ଇଣ୍ଡିଆକୁ ୩୩-୭୭ଟି ଆସନ ଓ ଏଆଇଏଡିଏମକେକୁ ୦-୨ଟି ଆସନ ମିଳିପାରେ । ସୂଚନାଯୋଗ୍ୟ ଯେ, ଏଗଜିଟ ପୋଲର ତଥ୍ୟ ସବୁ ସମୟରେ ସଠିକ୍ ହୋଇନଥାଏ । ୨୦ ବର୍ଷ ପୂର୍ବେ ୨୦୦୪ ଲୋକସଭା ନିର୍ବାଚନକୁ ନେଇ ଆସିଥିବା ଏଗଜିଟ ପୋଲର ତଥ୍ୟ ସମ୍ପୂର୍ଣ୍ଣ ଭାବେ ଓଲଟପାଲଟ ହୋଇଯାଇଥିଲା । ବିଜେପି ନେତୃତ୍ୱରେ ଏନଡିଏ ସରକାର ଗଠନ କରିବ ବୋଲି ଏଗଜିଟ ପୋଲ ତଥ୍ୟ ଦେଇଥିବା ବେଳେ ଦଳ ମାତ୍ର ୧୮୯ଟି ସିଟରେ ସୀମିତ ରହିଯାଇଥିଲା । ଫଳରେ କଂଗ୍ରେସ ସବୁଠାରୁ ବଡ଼ ପାର୍ଟିର ମାନ୍ୟତା ହାସଲ କରିବା ସହ ୟୁପିଏ ସରକାର ଗଠନ କରିଥିଲା ।

Get real time updates directly on you device, subscribe now.