fbpx

କଳିଯୁଗରେ ହେବାକୁ ଯାଉଛି ‘ମହାଭାରତ’ କାଳ ଭଳି ବିପଜ୍ଜନକ ଯୋଗ, ୨୩ ଜୁନରୁ ୫ ଜୁଲାଇ ପର୍ଯ୍ୟନ୍ତ ରହିବାକୁ ପଡିବ ସତର୍କ

ନୂଆଦିଲ୍ଲୀ : ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୦୨୪ ମସିହା ଜୁନ ମାସରେ ଏପରି ଏକ ସମୟ ଆସିବ ଯାହା ପୂର୍ବରୁ ମହାଭାରତ କାଳରେ ଆସିଥିଲା। ଜ୍ୟୋତିଷଙ୍କ ଅନୁସାରେ ଏହି ବିପଦଜନକ ଯୋଗ ପ୍ରାୟ ୫୨୦୦ ବର୍ଷ ପରେ ପଡୁଛି। ମହାଭାରତ କାଳରେ ଯେତେବେଳେ ଏହି ଯୋଗ ପଡିଥିଲା ସେ ସମୟରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା।

ଏହି ଯୁଦ୍ଧରେ ହଜାର ହଜାର ସୈନିକ ଓ ରାଜା ପ୍ରାଣ ହରାଇଥିଲେ।

ଜ୍ୟୋତିଷଙ୍କ ଅନୁସାରେ ଜୁନ ୨୦୨୪ରେ ଏହି ବିପଦଜନକ ଯୋଗ ପାଖାପାଖି ୨୫୦୦ ବର୍ଷରୁ ଅଧିକ ସମୟ ପରେ ପଡୁଛି। ଯାହାର ପ୍ରଭାବ ୨୩ଜୁନରୁ ଜୁଲାଇ ୫ ତାରିଖ ପର୍ଯ୍ୟନ୍ତ ରହିବ। ପୌରାଣିକ ମାନ୍ୟତା ଅନୁସାରେ ଏହି ଯୋଗ ପଡିବାରୁ ମହାଭାରତ ଯୁଦ୍ଧ ଆରମ୍ଭ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ତ୍ରୟୋଦଶୀ ପକ୍ଷର ଏହି ଯୋଗରେ କୌରବ ଓ ପାଣ୍ଡବଙ୍କ ମଧ୍ୟରେ ଯୁଦ୍ଧର ଶଙ୍ଖ ଫୁଙ୍କାଯାଇଥିଲା। ଏଭଳି ଯୋଗ ପୁଣି ଥରେ ଜୁନ ୨୦୨୪ରେ ଆସୁଛି।

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ମାସରେ ସାଧାରଣତଃ ୨ଟି ପକ୍ଷ ଥାଏ ଓ ପ୍ରତି ପକ୍ଷ ୧୫ଦିନର ହୋଇଥାଏ। ହେଲେ କେବେ କେବେ ତିଥି ହ୍ରାସ ବୃଦ୍ଧି ହେବା ଯୋଗୁ ଏହା ୧୪ ଅଥବା ୧୬ ଦିନର ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଜୁନ ୨୦୨୪ରେ ୨ ପକ୍ଷରେ ୨ଟି ତିଥି ହ୍ରାସ ହେଉଛି, ଯେଉଁଥି ପାଇଁ ଗୋଟିଏ ପକ୍ଷ ୧୩ ଦିନିଆ ବା ତ୍ରୟୋଦଶୀ ପକ୍ଷ ହେବାକୁ ଥିବା ବେଳେ ଅନ୍ୟପକ୍ଷଟି ୧୭ ଦିନିଆ ହେବ। ଜ୍ୟୋତିଷୀୟ ଗଣନା ଅନୁସାରେ ତ୍ରୟୋଦଶୀ ପକ୍ଷ ଅତ୍ୟନ୍ତ ଅଶୁଭ।

 

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପକ୍ଷ ହ୍ରାସ ବୃଦ୍ଧି ଯେତେଟା ଚିନ୍ତାଜନକ ନୁହେଁ ଗୁରୁ ଓ ଶୁକ୍ର ଗ୍ରହ ଏକ ସଙ୍ଗରେ ଅସ୍ତ ହେବା ଏକ ବହୁତ ବଡ଼ କାରଣ ମନେ କରାଯାଉଛି। ଜ୍ୟୋତିଷଙ୍କ ଅନୁସାରେ ୧୩ ଦିନର ଯେଉଁ ପକ୍ଷ ହେବ ତାହା ଅତ୍ୟନ୍ତ ଅଶୁଭ ଓ ବିନାଶକାରୀ ହେବ। ଜ୍ୟୋତିଷଙ୍କ ଅନୁସାରେ ୧୩ ଦିନିଆ ପକ୍ଷର ଅଶୁଭ ସମୟ ମହାଭାରତ କାଳରେ ହୋଇଥିଲା। ଫଳରେ ପାଣ୍ଡବ ଓ କୌରବଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ପୌରାଣିକ କଥା ଅନୁସାରେ ଏହି ଯୁଦ୍ଧରେ ଅଗଣିତ ସୈନିକ ଓ ଯୋଦ୍ଧା ପ୍ରାଣ ହରାଇଥିଲେ।

ମହାଭାରତ କାଳ ଭଳି ଯୋଗ ପୁଣି ଥରେ କଳିଯୁଗରେ ଉପୁଜିବାକୁ ଯାଉଛି। ଏହି ସମୟ ଜୁନ ମାସ ୨୩ତାରିଖରୁ ଆରମ୍ଭ ହୋଇ ଜୁଲାଇ ମାସ ୫ ତାରିଖ ପର୍ଯ୍ୟନ୍ତ ରହିବ। ଏହି ଅଶୁଭ ଯୋଗର ପ୍ରଭାବ କେବଳ ଭାରତ ନୁହେଁ ସାରା ବିଶ୍ୱରେ ଅନୁଭୂତ ହେବ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ତ୍ରୟୋଦଶୀ ପକ୍ଷର ସମୟ ବିନାଶକାରୀ ମନେ କରାଯାଏ। ଏହି ଯୋଗ କାରଣରୁ ପୃଥିବୀରେ କେଉଁଠି ଝଡ଼ତୋଫାନ ତ ଆଉଁ କେଉଁଠି ବନ୍ୟା ଓ ମରୁଡି ଭଳି ପରିସ୍ଥିତି ଉପୁଜିପାରେ। ଏହି ତ୍ରୟୋଦଶୀ ପକ୍ଷ ପାଇଁ ସବୁ ଲୋକଙ୍କୁ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଏଣୁ ଏହି ସମୟରେ ଲୋକଙ୍କୁ ଭଗବାନଙ୍କ ଶରଣାପନ୍ନ ହୋଇ ଈଶ୍ୱର ଭକ୍ତିରେ ତଲିନ ରହିବାକୁ ପଡିବ। ଏପରି କରିବା ଦ୍ୱାରା ସକରାତ୍ମକ ଫଳ ମିଳିବ ।

Get real time updates directly on you device, subscribe now.