fbpx

ରାଜ୍ୟକୁ ଛୁଇଁବ ମୌସୁମୀ; ୧୧ଟି ଜିଲ୍ଲା ପାଇଁ ଆଲର୍ଟ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର: ଗତ କିଛିଦିନ ହେବ ଅସହ୍ୟ ଗରମରେ ଛଟପଟ ହେଉଥିଲେ ରାଜ୍ୟବାସୀ । କିନ୍ତୁ ଏବେ ଏହି ଗରମରୁ ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଗତ ଦୁଇ ଦିନ ଭିତରେ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାପମାତ୍ରାରେ ହ୍ରାସ ଘଟିଛି । ରବିବାର ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ୧୧ଟି ଜିଲ୍ଲାରେ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ୫ରୁ ୬ଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ଉପକୂଳରେ ଆଦ୍ର ବାୟୁ ଅଧିକ ପ୍ରବେଶ କରଥିବାକୁ ସେଠାରେ କିଛି ସ୍ଥାନରେ ବର୍ଷା ହୋଇପାରେ । ଢେଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର, ଅନୁଗୁଳ, ନୟାଗଡ, କନ୍ଧମାଳ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ବର୍ଷା ହେବା ନେଇ ଅନୁମାନ କରାଯାଇଛି । ଏହି ଅଞ୍ଚଳ ଗୁଡିକରେ ପାଗ କୋହଲା ସହ ସନ୍ଧ୍ୟା ସୁଦ୍ଧା ବର୍ଷା ହେବା ନେଇ ସୂଚନା ମିଳିଛି । ସେହିପରି କଟକ ଏବଂ ଭୁବନେଶ୍ୱରରେ ଦୁଇ ଦିନ ହେବ କୋହଲା ପାଗ ରହିଥିବା ଦେଖାଯାଇଥିଲା ।

Get real time updates directly on you device, subscribe now.