fbpx

ପାର୍ଟନର ଆପଣଙ୍କୁ ସନ୍ଦେହ କରୁଛନ୍ତି କି ? ଦୁର୍ବଳ ସମ୍ପର୍କକୁ ସୁଧାରିବା ପାଇଁ ପାର୍ଟନରଙ୍କ ବିଶ୍ୱାସ ଏପରି ଜିତନ୍ତୁ

ଓଡ଼ିଶା ଭାସ୍କର: ଆଜିକାଲି ସମ୍ପର୍କକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚଳାଇବା ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି । ବିଶେଷ କରି ଯୁବପିଢ଼ିମାନେ ଯେତିକି ଶୀଘ୍ର ଗୋଟିଏ ରିଲେସନଶିପରେ ଆସିଥାନ୍ତି ସେତିକି ଶୀଘ୍ର ବ୍ରେକ୍ଅପ୍ ମଧ୍ୟ କରିଥାନ୍ତି । ପ୍ରତ୍ୟେକ ସମ୍ପର୍କର ମୂଳଦୁଆ ହେଉଛି ‘ବିଶ୍ୱାସ’ । ବିଶ୍ୱାସରେ ସନେ୍ଦଦ ସୃଷ୍ଟି ହେଲେ ସମ୍ପର୍କ ଦୁର୍ବଳ ହୋଇଥାଏ । ଆଉ ପାର୍ଟନରଙ୍କ ମନରୁ ଶୀଘ୍ର ସନ୍ଦେହ ଦୂର କରି ପୁନଃ ବିଶ୍ୱାସ ଅର୍ଜନ କରିବା କଷ୍ଟକର ହୋଇଥାଏ । ଅଧିକାଂଶ କ୍ଷେତ୍ରରେ ଉଭୟ ପାର୍ଟନରଙ୍କ ଇଗୋ କାରଣରୁ ମଧ୍ୟ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ତେଣୁ ପାର୍ଟନରଙ୍କ ବିଶ୍ୱାସକୁ ଜିତିବା ପାଇଁ ନିମ୍ନଲିଖିତ ଟିପ୍ସ ଆପଣାଇପାରିବେ ।

୧. ପାର୍ଟନରଙ୍କ ସହ ଖୋଲା ଖୋଲି କଥାବାର୍ତ୍ତା କରନ୍ତୁ: ଅଧିକାଂଶ ପାର୍ଟନର କିଛି ବିଷୟକୁ ନେଇ ପରସ୍ପର ସହ ଖୋଲାଖୋଲି ଭାବେ କଥାବାର୍ତ୍ତା ହେବାକୁ କୁଣ୍ଠାବୋଧ କରିଥାନ୍ତି । ଏହା ଦ୍ୱାରା ସମ୍ପର୍କରେ ଅଧିକ ଭୁଲ ବୁଝାମଣା ସୃଷ୍ଟି ହୋଇଥାଏ । ପାର୍ଟନରଙ୍କ ପ୍ରତି ମନରେ ଥିବା ସନ୍ଦେହ ଭାବନାକୁ ବ୍ୟକ୍ତ କରିବା ଦ୍ୱାରା ସମସ୍ୟାର ସମାଧାନ ହୋଇଥାଏ । ସବୁବେଳେ ନିଜ କଥାବାର୍ତ୍ତା ଶୈଳୀରେ ସ୍ପଷ୍ଟତା ବଜାୟ ରଖନ୍ତୁ । ପାର୍ଟନରଙ୍କୁ କଥା ଲୁଚାଇଲେ ସ୍ଥିତି ଆହୁରି ବିଗିଡ଼ିପାରେ ।

୨. ଅତୀତ ଉପରେ ଅଧିକ ଫୋକସ କରନ୍ତୁ ନାହିଁ: ଅଧିକାଂଶ ସମୟରେ କୌଣସି କଥାକୁ ନେଇ ପାର୍ଟନରଙ୍କ ମଧ୍ୟରେ ଝଗଡ଼ା ହେଲେ ସେମାନେ ପରସ୍ପରର ଅତୀତକୁ ବଖାଣି ଥାନ୍ତି । ଏମିତି କରିବା ଦ୍ୱାରା ସମ୍ପର୍କ ସୁଧୁରିବା ପରିବର୍ତ୍ତେ ଆହୁରି ବିଗିଡ଼ିଥାଏ ।

୩. ନିଜ ଭୁଲ ସ୍ୱିକାର କରନ୍ତୁ: ପରସ୍ପରକୁ ଦୋଷ ଦେବା ପରିବର୍ତ୍ତେ ନିଜ ଭୁଲ ଥିଲେ ସ୍ୱିକାର କରନ୍ତୁ । ନିଜ ଭୁଲ ଥିଲେ ପାର୍ଟନରଙ୍କ ଠାରୁ ସ୍ୱଚ୍ଛ ମନରେ କ୍ଷମାପ୍ରାର୍ଥନା କରନ୍ତୁ । ଏହା ଦ୍ୱାରା ପାର୍ଟନରଙ୍କୁ ଅନୁଭବ ହୁଏ ଯେ ଆପଣ ନିଜ ଭୁଲ ପାଇଁ କେତେ ଅନୁତପ୍ତ । ଧିରେ ଧିରେ ପାର୍ଟନର ଆପଣଙ୍କୁ ବୁଝିବା ପାଇଁ ଚେଷ୍ଟା କରିବେ ।

୪. ପରସ୍ପରର ସମ୍ମାନ କରନ୍ତୁ: କୌଣସି ସମ୍ପର୍କରେ ସମ୍ମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଏହା ଦ୍ୱାରା ପାରସ୍ପରିକ ବୁଝାମଣା ଏବଂ ପ୍ରେମ ବୃଦ୍ଧି ପାଇଥାଏ । ପରସ୍ପରକୁ ଅସମ୍ମାନ କରିଲେ ସମ୍ପର୍କରେ ତିକ୍ତତା ଦେଖାଦେଇଥାଏ ।

୫. ଦାୟିତ୍ୱବାନ ହୁଅନ୍ତୁ: ପାର୍ଟନରଙ୍କ ବିଶ୍ୱାସ ପାଇବା ପାଇଁ ଦାୟିତ୍ୱବାନ ହୁଅନ୍ତୁ । ଅଧିକାଂଶ ସମୟରେ ଜଣଙ୍କ ଉପରେ ଘରର ବୋଝ ଲଦି ଦେଲେ ପରିବାରରେ ବିବାଦ ଦେଖାଦେଇଥାଏ । କିନ୍ତୁ ପାର୍ଟନର ସହ ମିଶି ଦାୟିତ୍ୱ ବାଣ୍ଟିଲେ ବୈବାହିକ ଜୀବନ ସୁଖ ଶାନ୍ତିରେ କଟି ଥାଏ । ଏହା ବ୍ୟତୀତ ପାର୍ଟନରଙ୍କ କଥାକୁ ଗମ୍ଭୀରତାର ସହ ଶୁଣନ୍ତୁ ।

୬. ସଚ୍ଚୋଟ ରୁହନ୍ତୁ: ନିଜ ପାର୍ଟନରଙ୍କ ସହ ସବୁବେଳେ ସଚ୍ଚୋଟ ରୁହନ୍ତୁ । ପାର୍ଟନରଙ୍କୁ ଠକି କେବେବି ଆପଣ ସମ୍ମାନ ଓ ବିଶ୍ୱାସ ଅର୍ଜନ କରିପାରିବେ ନାହିଁ । ସବୁବେଳେ ନିଜ ପକ୍ଷ/ ମତ ରଖିବାକୁ ଘାବରାନ୍ତୁ ନାହିଁ । ପାର୍ଟନରଙ୍କ ପ୍ରତି କଥାରେ ହଁ କରିବା ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିପାରେ । ମନେରଖନ୍ତୁ ମିଛ ଆଧାରରେ କୌଣସି ସମ୍ପର୍କ ବେଶି ଦିନ ପର୍ଯ୍ୟନ୍ତ ତିଷ୍ଟି ପାରିନଥାଏ ।

Get real time updates directly on you device, subscribe now.