fbpx

ଗ୍ରୀଷ୍ମ ପ୍ରଭାବରୁ ଚର୍ମକୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି କି ? ଆସନ୍ତୁ ଜାଣିବା କିଛି ଘରୋଇ ଉପାୟ

ଓଡ଼ିଶା ଭାସ୍କର: ଦିନକୁ ଦିନ ଗ୍ରୀଷ ପ୍ରଭାବ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ୁଛି । ପ୍ରବଳ ଗରମ ଝାଳ ବାହାରି ଅନେକ ଲୋକ କଲବଲ ହୋଇଯାଆନ୍ତି । ଏହି ଋତୁରେ ବାୟୁମଣ୍ଡଳରେ ଅଧିକ ଆଦ୍ରତା ହେତୁ ଝାଳ ବାହାରିଥାଏ ଫଳରେ ଲୋକମାନେ ଘିମିରି, ଆଲର୍ଜୀ ଏବଂ କୁଣ୍ଡିଆ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଲୋକମାନେ ବିଭିନ୍ନ ପାଉଡର ବ୍ୟବହାର କରିଥାନ୍ତି । ଏହା ବାସ୍ତବରେ ଏହା ସମସ୍ୟାକୁ ହ୍ରାସ କରିବା ପରିବର୍ତ୍ତେ ବଢ଼ାଇଥାଏ । ପାଉଡର ଚର୍ମ ଉପରେ ଏକ ସ୍ତର ସୃଷ୍ଟି କରିଥାଏ ଯଦ୍ୱାରା ଶରୀରର ଉତ୍ତାପ ବୃଦ୍ଧି ପାଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ବିଷୟରେ ।

୧. ନିମପତ୍ର ପେଷ୍ଟ- ଏକ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ , ସନ ଟ୍ୟାନ୍ ଦୂର କରିବା ପାଇଁ ନିମପତ୍ର ଏକମାତ୍ର ରାମବାଣ ସଦୃଶ କାର୍ଯ୍ୟ କରିଥାଏ । ଏହା ସବୁ ପ୍ରକାରର ଚର୍ମ ରୋଗକୁ ଦୂର କରିବାରେ ସହାୟକ ହୋଇଥାଏ । ଏଥିରେ ଅଧିକ ଆଣ୍ଟିବ୍ୟାକ୍ଟେରିଆଲ ଓ ଆଣ୍ଟିଫଙ୍ଗାଲ ଗୁଣ ଭରି ରହିଛି । ଏଥିସହ ଆଣ୍ଟି- ଇନଫ୍ଲାମେଟୋରୀ ମାତ୍ରା ଅଥିକ ଥିବାରୁ ଚର୍ମରେ ହୋଇଥିବା କ୍ଷତକୁ ଶିଘ୍ର ଭଲ କରିବାରେ ସହାୟକ ହୋଇଥାଏ ।

ବ୍ୟବହାର ପ୍ରଣାଳୀ- ନିମ ପତ୍ରକୁ ପାଣି ଦେଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଏବଂ ଚର୍ମରେ ଲଗାନ୍ତୁ । ୧୦ ରୁ ୧୫ ମିନିଟ ପରେ ଏହାକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ତାପରେ ଆପଣଙ୍କୁ ନିଶ୍ଟିତ ଆରାମ ମିଳିବ । ଅନ୍ୟ ଏକ ଉପାୟରେ କିଛି ନିମ ପତ୍ର ପାଣିରେ ଫୁଟାନ୍ତୁ । ଏହା ପରେ ନିମ ପାଣିକୁ ଥଣ୍ଡା କରି ଏକ ବୋତଲରେ ରଖି ପ୍ରଭାବିତ ସ୍ଥାନରେ ମଝିରେ ମଝିରେ ସ୍ପ୍ରେ କରନ୍ତୁ । କିଛି ଦିନ ମଧ୍ୟରେ ଘମିରି ଏବଂ ଅନ୍ୟାନ୍ୟ ଚର୍ମ ସମସ୍ୟାରୁ ମୁକ୍ତି ମିଳିବ ।

୨. ପୋଦିନା ପତ୍ରର ପେଷ୍ଟ- ଶରୀରକୁ ଥଣ୍ଡା ରଖିବାରେ ପୋଦିନା ପତ୍ର ପେଷ୍ଟ ଅତ୍ୟନ୍ତ ଫଳପ୍ରଦ ଅଟେ । ପୋଦିନାରେ ଥିବା ଔଷଧୀୟ ଗୁଣ ବ୍ୟାକ୍ଟେରିଆ ଓ ଫଙ୍ଗସକୁ ଦୂର କରି ଶରୀରକୁ ଅଧିକ ସମୟ ପର୍ଯ୍ୟନ୍ତ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ । ଏହି ପେଷ୍ଟକୁ ଶରୀରର ପ୍ରାଭାବିତ ସ୍ଥାନରେ ଲଗାଇ ପାରିବେ । କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହା ବ୍ୟତୀତ ନିମ ଏବଂ ପୋଦିନା ପତ୍ରର ପେଷ୍ଟ ମଧ୍ୟ ପ୍ରଭାବିତ ସ୍ଥାନରେ ଲଗାଇପାରିବେ ।

Get real time updates directly on you device, subscribe now.