fbpx

ଅଫିସରେ କାମ କରିବା ସମୟରେ କାହିଁକି ବଢ଼ିଯାଏ ଓଜନ ? ଜାଣନ୍ତୁ ଏହା ପଛରେ କ’ଣ ରହିଛି କାରଣ

ଓଡ଼ିଶା ଭାସ୍କର: ଆଜିକାଲି ଅଧିକାଂଶ ବ୍ୟକ୍ତି କର୍ମଜୀବୀ । ତେଣୁ ସେମାନେ ଉଭୟ ବୃତ୍ତିଗତ ଏବଂ ବ୍ୟକ୍ତିଗ ଜୀବତ ଜୀବନ ମଧ୍ୟରେ ଛନ୍ଦି ହୋଇଯାଉଛନ୍ତି । ଫଳରେ ଜୀବନଶୈଳୀରେ ପରିବର୍ତ୍ତନ, ଅନିୟମିତ ଖାଦ୍ୟପେୟ ଇତ୍ୟାଦି ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଥାଏ । ଏଥିମଧ୍ୟରେ ମେଦବହୁଳତା ଏକ ସାଧାରଣ ସମସ୍ୟା ଭାବେ ଉଭା ହୋଇଛି । ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ମେଦବହୁଳତାର ଶିକାର ହେଉଛନ୍ତି କିନ୍ତୁ ଏହା ପଛରେ ଭିନ୍ନ ଭିନ୍ନ କାରଣ ରହିଛି । ବିଶେଷ କରି କାର୍ଯ୍ୟକ୍ଷେତ୍ରରେ ଓଜନ ବୃଦ୍ଧି ହେବା ଭଳି ମାମଲା ଦିନକୁ ଦିନ ଚିନ୍ତାର ବିଷୟ ପାଲଟିଛି । ସାଧାରଣତଃ ଯେଉଁ ବ୍ୟକ୍ତିମାନେ ଡେସ୍କ ଜବ୍ କରିଥାନ୍ତି ସେମାନଙ୍କ କ୍ଷେତ୍ରରେ ମେଦବହୁଳତାର ସମ୍ଭାବନା ଅଧିକ ଦେଖାଦେଇଥାଏ । ଏହା ସେମାନଙ୍କ ବ୍ୟକ୍ତିତ୍ୱ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ବିଷୟରେ ।

୧. ଅଧିକାଂଶ ସମୟ ଡେସ୍କରେ ବସି ରହିବା: ଡେସ୍କରେ କାମ କରିବା ବେଳେ ସମୟ ବିଷୟରେ ଭୁଲିଯାଉ । କମ୍ପୁ୍ୟଟର ସାମ୍ନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବସିବା ମଧ୍ୟ ଆଖି ଉପରେ କୁପ୍ରଭାବ ପକାଇଥାଏ । ଦୀର୍ଘ ସମୟ ପର୍ଯ୍ୟନ୍ତ ଡେସ୍କରେ ବସିବା ଦ୍ୱାରା ଶରୀରର ଅତିରିକ୍ତ କ୍ୟାଲୋରି କ୍ଷୟ ହେବାରେ ସମସ୍ୟା ଦେଖାଦେଇଥାଏ । ଏହା ସହ ମେଟାବଲିଜିମ୍ ହାର ମଧ୍ୟ ହ୍ରାସ ପାଇଥାଏ । ଏମିତିରେ ଆମେ ଯାହା ବି ଖାଦ୍ୟପେୟ ସେବନ କରିଥାଉ ତାହା ଏନର୍ଜିରେ ପରିବର୍ତ୍ତିର୍ତ ହେବା ସ୍ଥାନରେ ଚର୍ବି ଭଳି ଶରୀରରେ ଗଚ୍ଛିତ ହେବା ଆରମ୍ଭ ହୋଇଥାଏ ।

୨. ଅନିୟମିତ ଖାଦ୍ୟପେୟ: କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବେଳେ ବେଳେ ଭୋଜନ ସ୍କିପ୍ କରିଥାଉ । ଏହା ବ୍ୟତୀତ ଜଙ୍କ୍ ଫୁଡର ସେବନରେ ବୃଦ୍ଧି ମେଦବହୁଳତାର କାରଣ ପାଲଟିଥାଏ । ସମୟରେ ଖାଦ୍ୟ ସେବନ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ।

୩. ଅନିୟମିତ କାର୍ଯ୍ୟସୀମା: ସାଧାରଣତଃ office hours ଆଠ ଘଣ୍ଟା ରହିଛି । ବେଳେ ବେଳେ ଓଭର ଡୁ୍ୟଟି କାରଣରୁ କାର୍ଯ୍ୟସୀମାନେ ଅନିମିତତା ଦେଖାଦେଇଥାଏ । ଏହା ଆମ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଘରେ ଆରାମ କରିବା ପାଇଁ ସମୟ ଅଭାବ ଦେଖାଦିଏ । ତେଣୁ ଅଫିସରେ ଥକ୍କାପଣକୁ ଦୂର କରିବା ପାଇଁ ଅଧିକ ସମୟ ଆରାମ କରିଥାଉ । ଏହା ମୋଟାପଣର କାରଣ ହୋଇପାରେ ।

୪. ଷ୍ଟ୍ରେସ୍ ଇଟିଂ: ଅଫିସରେ କିଛି ଲୋକ ଛୋଟ ଛୋଟ କଥାକୁ ନେଇ ଅଧିକ ଷ୍ଟ୍ରେସ୍ ହୋଇଯାଆନ୍ତି । ପରିଣାମ ସ୍ୱରୂପ ଶରୀରରେ ଷ୍ଟ୍ରେସ ହର୍ମୋନ ବୃଦ୍ଧି ହେବା କାରଣରୁ ବ୍ୟକ୍ତିକୁ ଅଧିକ ଭୋକ ଲାଗିଥାଏ । ତେଣୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ଓଜନ ବୃଦ୍ଧି ହେବାର ସମ୍ଭାବନା ରହିଛି ।

୫. କାଫେନ୍ୟୁକ୍ତ ପେୟ: ଅଫିସରେ କାମ କରୁଥିବା ସମୟରେ ଆଳସ୍ୟକୁ ଦୂରେବା ପାଇଁ ଚାହା, କଫି କିମ୍ବା କାଫେନଯୁକ୍ତ ପେୟ ସେବନ କରିଥାଉ । ଏହାର ଅତ୍ୟାଧିକ ସେବନ ଶରୀର ପାଇଁ କ୍ଷତିକାରକ ଅଟେ । ଫଳରେ ବ୍ୟକ୍ତି ମୋଟାପଣର ଶିକାର ହୋଇଥାଏ ।

୬. ଅନିଦ୍ରତା: ବେଳେ ବେଳେ ଅଫିସରେ ଏତେ କାମ ବଢ଼ିଯାଏ ଯେ ଘରେ ପର୍ଯ୍ୟାପ୍ତ ମାତ୍ରାରେ ନିଦ ହୋଇନଥାଏ । ସକାଳେ ଅଫିସ ଆସିଲେ ଡେସ୍କରେ ଘୁମେଇ ଥାଉ । ଏହା ମଧ୍ୟ ମୋଟାପଣର କାରଣ ହୋଇପାରେ ।

Get real time updates directly on you device, subscribe now.