fbpx

ଓଡ଼ିଶାରେ ପ୍ରଥମ ରାଉଣ୍ଡ ସୁଦ୍ଧା କିଏ ରହିଛି ଆଗରେ ? ଜାଣନ୍ତୁ

ଭୁବନେଶ୍ୱର : ଭୋଟ୍ ଗଣନା ଆରମ୍ଭ ହୋଇଛି । ଆଜି ସକାଳୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ରାଉଣ୍ଡରେ ଅନେକ ସ୍ଥାନରେ ବିଜେପି ପ୍ରାର୍ଥୀ ଆଗରେ ଥିବା ଦେଖିବାକୁ ମିଳିଛି।

ସକାଳ ସାଢ଼େ ୧୦ଟା ସୁଦ୍ଧା ଓଡ଼ିଶା ବିଧାନସଭାର ୪୫ଟି ଆସନ ଲାଗି ପ୍ରଥମ ରାଉଣ୍ଡ ଚିତ୍ର ସାମ୍ନାକୁ ଆସିଛି।

ତା’ ଭିତରେ ବିଜେପି ପ୍ରାୟ ୨୫ଟି ଆସନରେ ଆଗୁଆ ଚାଲିଛି। ବିଜେଡି ୧୫ଟି ସିଟରେ ଆଗରେ ରହିଛି। କଂଗ୍ରେସ ୩ଟି ଆସନରେ ପଛରେ ଥିବା ଜଣାପଡ଼ିଛି।

ସେହିପରି ଲୋକସଭା ଫଳାଫଳରେ ପ୍ରଥମ ରାଉଣ୍ଡରେ ବିଜେପି ଆଗରେ ରହିଛି। ୧୫ଟି ଆସନରୁ ଚିତ୍ର ଆସିଛି। ତା’ ଭିତରେ ୧୨ଟି ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି। ଗୋଟିଏ ଆସନରେ ବିଜେଡି ଆଗରେ ରହିଛି। ସେହିପରି କଂଗ୍ରେସ ଗୋଟିଏ ଆସନରେ ଆଗରେ ଚାଲିଛି।

Get real time updates directly on you device, subscribe now.