fbpx

ଦୁଇଟି ଆସନରେ କମାଲ୍ କଲେ ରାହୁଲ ଗାନ୍ଧୀ: ମୋଟ ୫ ଲକ୍ଷରୁ ଅଧିକ ଭୋଟରେ କରୁଛନ୍ତି ଲିଡ୍

ନୂଆଦିଲ୍ଲୀ: ଆଜି ଆରମ୍ଭ ହୋଇଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ସକାଳ ୮ଟାରୁ ରାଜ୍ୟର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୮୯ଟିରେ, କଂଗ୍ରେସ ୨୩୬ଟିରେ ଅନ୍ୟ ଦଳ ୧୮ଟି ଆସନରେ ଅଗ୍ରଣୀ ରହିଛନ୍ତି । ଟ୍ରେଣ୍ଡ ତଳ-ଉପର ହେଉଥିବାରୁ ଅନ୍ତିମ ରାଉଣ୍ଡ ଭୋଟ ଗଣତି ନ ସରିବା ପର୍ଯ୍ୟନ୍ତ କିଛି କହି ହେବ ନାହିଁ ।

ତେବେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥର କମାଲ୍ କରୁଛନ୍ତି । ରାହୁଲ ଦୁଇଟି ଆସନରେ ୫ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ରହିଛନ୍ତି । ବର୍ତ୍ତମାନ ସୁଦ୍ଧା, କେରଳର ୱାୟନାଦ ଲୋକସଭା ଆସନରେ ରାହୁଲ ୩ ଲକ୍ଷ ୪ ହଜାର ୬୪୯ଟି ଭୋଟରେ ଅଗ୍ରହଣୀ ରହିଛନ୍ତି । ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ସିପିଆଇ ପ୍ରାର୍ଥୀ ଆନ୍ନି ରାଜା ଓ ବିଜେପି ପ୍ରାର୍ଥୀ କେ.ସୁନ୍ଦରରାଜନ ପଛରେ ରହିଛନ୍ତି । ରାହୁଲ ୫ ଲକ୍ଷ ୫୨ ହଜାର ୧୩୦ ଖଣ୍ଡ ଭୋଟ ପାଇଛନ୍ତି ।

ସେହିପରି ଅନ୍ୟ ଆସନ ଉତ୍ତରପ୍ରଦେଶର ରାଏବରେଲିରେ ରାହୁଲ ୨ ଲକ୍ଷ ୨୭ ହଜାର ୫୩୫ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ରାହୁଲ ୪ ଲକ୍ଷ ୧୧ ହଜାର ୭୫୫ ଖଣ୍ଡ ଭୋଟ ପାଇଛନ୍ତି । ତାଙ୍କର ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ଦିନେଶ ପ୍ରତାପ ସିଂହ ପଛରେ ରହିଛନ୍ତି । ସେହିପରି ବହୁଜନ ସମାଜ ପାର୍ଟି ନେତା ଠାକୁର ପ୍ରସାଦ ଯାଦବ ୧୨,୪୯୧ ଖଣ୍ଡ ଭୋଟ ପାଇ ବହୁ ପଛରେ ରହିଛନ୍ତି ।

Get real time updates directly on you device, subscribe now.