fbpx

୯୭ ହଜାର ଭୋଟ ପଛରେ ପ୍ରଣବ ପ୍ରକାଶ ଦାସ: ସମ୍ବଲପୁର ଲୋକସଭା ଆସନରେ ଧର୍ମେନ୍ଦ୍ରଙ୍କ ବିଜୟ ଆଶା ଉଜ୍ଜୀବିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାଲିଛି ଲୋକସଭା ଓ ୨ ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଆଜି ସକାଳ ୮ଟାରୁ ଦେଶର ବିଭିନ୍ନ କେନ୍ଦ୍ରରେ ଭୋଟ ଗଣତି ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୪୩ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୨୩୯ଟିରେ, କଂଗ୍ରେସ ୯୭ଟିରେ, ସମାଜବାଦୀ ପାର୍ଟି ୩୬ଟିରେ, ତୃଣମୂଳ କଂଗ୍ରେସ ୩୧ଟିରେ, ଡିଏମକେ ୨୧ଟିରେ, ତେଲୁଗୁ ଦେଶମ ପାର୍ଟି (ଟିଡିପି) ୧୬ଟିରେ ଓ ଜନତା ଦଳ (ୟୁନାଇଟଟେଡ) ୧୪ଟିରେ, ଏନସିପି ୬ଟି ଆସନରେ ଆଗରେ ରହିଛନ୍ତି ।

ତେବେ ସଦସ୍ୟ ରିପୋର୍ଟ ମୁତାବକ, ରାଜ୍ୟର ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବଜେଡି ପ୍ରାର୍ଥୀ ବବି ଦାସଙ୍କ ଠାରୁ ୯୭ ହଜାର ୪୮୪ ଖଣ୍ଡ ଭୋଟରେ ଆଗରେ ରହିଛନ୍ତି । ଧର୍ମେନ୍ଦ୍ର ୩ ଲକ୍ଷ ୯୯ ହଜାର ୪୦୪ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ୫୮ ହଜାର ୫୨୪ ଖଣ୍ଡ ଭୋଟ ପାଇଛନ୍ତି । ଉଭୟ ବିଜେଡି ଓ ବିଜେପି ପାଇଁ ଏହି ଆସନ ବେଶ୍ ସମ୍ମାନର ପ୍ରଶ୍ନ ଥିଲା । ତେବେ ବର୍ତ୍ତମାନର ଫଳାଫଳ ତଥ୍ୟ ଅନୁଯାୟୀ, ଧର୍ମେନ୍ଦ୍ର ଏହି ଆସନରେ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି ।

Get real time updates directly on you device, subscribe now.