fbpx

ଲଭ୍ ଲାଇଫରେ ଆସିବ ମଧୁରତା, କ୍ୟାରିୟରରେ ମିଳିବ ନୂତନ ସୁଯୋଗ, ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ ରହିବ ଏହି ସପ୍ତାହ

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଅଙ୍କ ଶାସ୍ତ୍ର ଆମ ଜୀବନ ଉପରେ ଅନେକ ପ୍ରଭାବ ପକାଇଥାଏ । ଏହା ବ୍ୟକ୍ତିର ଭବିଷ୍ୟ, ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା କହିଥାଏ । ବ୍ୟକ୍ତିର ଜନ୍ମ ତାରିଖର ସଂଖ୍ୟାକୁ ଯୋଡ଼ିଲେ ୧ରୁ ୯ ମଧ୍ୟରେ ସଂଖ୍ୟାକୁ ମୂଳାଙ୍କ କୁହାଯାଏ । ଜୁନ ୩ରୁ ନୂତନ ସପ୍ତାହର ଆରମ୍ଭ ହୋଇଯାଇଛି । ଏହି ସପ୍ତାହ ଅନେକ ରାଶିଙ୍କ ପାଇଁ ଶୁଭ ରହିବ । ତେବେ ଆସନ୍ତୁ ଜାଣିବା ଏହି ରାଶିଙ୍କ ପ୍ରେମ ଜୀବନ, କ୍ୟାରିୟର ଏବଂ ସ୍ୱାସ୍ଥ୍ୟ କିପରି ରହିବ ।

ମୂଲାଙ୍କ ୧ : ମୂଳାଙ୍କ ୧ ଥିବା ରାଶିଙ୍କ ପାଇଁ ଚଳିତ ସପ୍ତାହ ଉତ୍ତମ ରହିବ । ପାର୍ଟନର ଏବଂ ପରିବାର ସହ ସମୟ ବିତାଇବେ । ଜବ୍ ଲାଇଫରେ ପ୍ରଦର୍ଶନ ଭଲ ରହିବ ଯଦ୍ୱାରା ମାଲିକ ଖୁସି ହେବେ । ପାର୍ଟନରସିପରେ ନୂତନ ବ୍ୟବସାୟ ଆରମ୍ଭ କରିପାରିବେ । ଚଳିତ ସପ୍ତାହ ଆପଣ ଉତ୍ସାହିତ ଅନୁଭବ କରିବେ ।

ମୂଳାଙ୍କ ୩: ମୂଳାଙ୍କ ୩ ପାଇଁ ଲଭ୍ ଲାଇଫ୍ ଭଲ ରହିବ । ପାର୍ଟନରଙ୍କୁ ନିଜର ମନ କଥା କହିପାରନ୍ତି । ଚାକିରି କ୍ଷେତ୍ରରେ ନୂତନ ସୁଯୋଗ ମିଳିବ । ନୂତନ ବ୍ୟବସାୟ ଆରମ୍ଭ କରିପାରିବେ ଯେଉଁଥିରେ ଆପଣଙ୍କ ଲାଭ ମିଳିବ ।

ମୂଳାଙ୍କ ୫: କ୍ୟାରିୟର ଏବଂ ବ୍ୟାବସାୟ କ୍ଷେତ୍ରରେ ଜୋଶ ଏବଂ ଉତ୍ସାହର ସହ କାର୍ଯ୍ୟ କରିବେ । ଲଭ୍ ଲାଇଫରେ ମଧୁରତା ଆସିବ ଏବଂ ସମ୍ପର୍କ ମଜବୁତ ହେବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ବାହାର ଖାଦ୍ୟ ସେବନ କରିବା ଠାରୁ ଦୂରେଇ ରୁହନ୍ତୁ ।

ମୂଳାଙ୍କ ୬: ଆପଣଙ୍କ ଲଭ୍ ଲାଇଫରେ ନୂତନ ଚମକ ଦେଖାଯିବ । ପାର୍ଟନରଙ୍କ ସହ ଉତ୍ତମ ବୁଝାମଣା ରହିବ । ଚାକିରି ଅଫର ମିଳିପାରେ । ସକାରାତ୍ମକ ଚିନ୍ତାଧାରା ସହ କାର୍ଯ୍ୟ କରିଲେ ସଫଳତା ନିଶ୍ଚିତ ମଳିବ । ବ୍ୟାପାର କ୍ଷେତ୍ରରେ କୌଣସି ବଡ଼ ଡିଲ୍ କରିପାରିବେ ।

Get real time updates directly on you device, subscribe now.