ତାଇଓ୍ଵାନ ରାଷ୍ଟ୍ରପତିଙ୍କ ଅଭିନନ୍ଦନ ଗ୍ରହଣ କଲେ ନରେନ୍ଦ୍ର ମୋଦୀ; ପ୍ରତିବାଦ କଲା ଚୀନ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଇୱାନର ରାଷ୍ଟ୍ରପତି ଲାଇ ଚିଙ୍ଗଙ୍କ ଅଭିନନ୍ଦନ ବାର୍ତ୍ତାର ଜବାବ ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜବାବକୁ ବିରୋଧ କରିଛି ଚୀନ୍। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ ଚୀନ୍ ର ନ୍ୟୁଜ୍ ଏଜେନ୍ସି ଗ୍ଲୋବାଲ୍ ଟାଇମ୍ସକୁ କହିଛନ୍ତି, ତାଇଓ୍ଵାନର ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିକ୍ରିୟାକୁ ନେଇ ଚୀନ୍ ପ୍ରତିବାଦ ଜଣାଇଛି।

ଚୀନ୍ ସହ କୂଟନୈତିକ ସମ୍ପର୍କ ରଖିଥିବା କୌଣସି ଦେଶର ନେତାଙ୍କ ମଧ୍ୟରେ ସରକାରୀ ଆଲୋଚନାକୁ ଚୀନ୍ ସର୍ବଦା ବିରୋଧ କରିଥାଏ। ବିଶ୍ୱରେ କେବଳ ଗୋଟିଏ ଦେଶ ରହିଛି ଯିଏକି ଚାଇନା। ଚାଇନାର ନୀତିକୁ ନେଇ ଭାରତ ଏକ ଗମ୍ଭୀର ରାଜନୈତିକ ପରିସ୍ଥିତି ଦେଖିବାକୁ ପାଇଛି ।

ତାଇଓ୍ଵାନ କର୍ତ୍ତୃପକ୍ଷଙ୍କ ରାଜନୈତିକ ଯୋଜନା ପ୍ରତି ସେ ସତର୍କ ରହିବା ଉଚିତ ଏବଂ ଏକ ଚୀନ୍ ନୀତିର ଉଲ୍ଲଂଘନ କରୁଥିବା କୌଣସି ଆଲୋଚନାରୁ ଦୂରେଇ ରହିବା ଉଚିତ। ତାଇଓ୍ଵାନର ରାଷ୍ଟ୍ରପତି ଲାଇ ଚିଙ୍ଗ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନବିଜୟ ପାଇଁ ମୁଁ ଅଭିନନ୍ଦନ ଜଣାଉଛି। ଆମେ ତାଇଓ୍ଵାନ-ଭାରତ ପାର୍ଟନରସିପ୍ ବୃଦ୍ଧି ପାଇଁ ଆଗ୍ରହୀ ଅଛୁ।

ବାଣିଜ୍ୟ, ବୈଷୟିକ ଜ୍ଞାନକୌଶଳ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ସହଯୋଗ କରିବାକୁ ଆମେ ପ୍ରସ୍ତୁତ। ଏହାର ଜବାବରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଏକ ଉତ୍ପାଦକ ଅର୍ଥନୈତିକ ଏବଂ ବୈଷୟିକ ଭାଗିଦାରୀ ଦିଗରେ କାମ କରିବାକୁ ଆଗ୍ରହୀ।

Get real time updates directly on you device, subscribe now.