fbpx

ନୂଆ Lookରେ ମାହି: ଟି-୨୦ ବିଶ୍ୱକପରେ ନଜର ଆସିଲେ ଏମ.ଏସ ଧୋନୀ

ନୂଆଦିଲ୍ଲୀ: ଆଇପିଏଲ ପ୍ଲେ-ଅଫରୁ ଚେନ୍ନାଇ ସୁପର କିଙ୍ଗସ ବାଦ୍ ପଡ଼ିବା ପରେ ସତେ ଯେମିତି କେଉଁଆଡ଼େ ହଜି ଯାଇଛନ୍ତି ଏମ.ଏସ ଧୋନୀ । ସେବେଠାରୁ ତାଙ୍କ ଦେଖା ବି ମିଳୁନାହିଁ । ଚେନ୍ନାଇର ପରାଜୟ ଧୋନୀଙ୍କୁ ଖୁବ ଆଘାତ ଦେଇଥିବା ବେଳେ ତାଙ୍କର କୌଣସି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିନାହିଁ । ସେପଟେ ବର୍ତ୍ତମାନ ଟି-୨୦ ବିଶ୍ୱକପ ଜାରି ରହିଥିବା ବେଳେ ପୁଣିଥରେ ଲାଇମଲାଇଟକୁ ଆସିଛନ୍ତି ମାହି । ଏକ ନୂଆ ଲୁକରେ ଧୋନୀଙ୍କୁ ଦେଖିବାକୁ ମିଳିଛି ।

ଧୋନୀ ଆମେରିକା-ୱେଷ୍ଟଇଣ୍ଡିଜରେ ଚାଲୁଥିବା ଆଇସିସି ଟି-୨୦ ବିଶ୍ୱକପ ୨୦୨୪ର ମଜା ନେଉଥିବା ନଜର ଆସିଛନ୍ତି । ବାସ୍ତବରେ ସେ ଆମେରିକା ବନାମ ପାକିସ୍ତାନ ମୁକାବିଲା ଚାଲିଥିବା ବେଳେ ଡଲ୍ଲାସ ଷ୍ଟାଡିୟମରେ ଉପସ୍ଥିତ ଥିବା ଦେଖାଯାଇଛି । ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ କି, ସେ ନିଜ ବେଶ ବଦଳାଇ ସେଠାରେ ବସି ମ୍ୟାଚ ଦେଖୁଥିଲେ । କିନ୍ତୁ ଚକିତକର ଏହା ଥିଲା କି, ଫ୍ୟାନ୍ସ ତାଙ୍କୁ ଚିହ୍ନିପାରିନଥିଲେ । କାରଣ ମୁସଲମାନଙ୍କ ପରି ଦାଢି ରଖି ଧଳା ପୋଷାକ ପରିଧାନ କରିଥିଲେ । ତାଙ୍କୁ ଦଖିଲେ ସେ ପୁାର ମୁସଲାମାନ ଲୋକପରି ଦିଶୁଥିଲେ ବୋଲି ଲୋକେ କହିଛନ୍ତି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ।

ଧୋନୀଙ୍କ ଏମିତି ବେଶ ଉପରେ ଲୋକେ ବିଭିନ୍ନ ପ୍ରକାରର କମେଣ୍ଟ ବି ଦେଉଛନ୍ତି । ଦେଖନ୍ତୁ ଏ ଫଟୋକୁ । ଏ ଫଟୋଟି ପୁରା ଧୋନୀଙ୍କ ପରି ଲାଗୁଛି । କିନ୍ତୁ ଏହି ଫଟୋ ଭାରତୀୟ ଟିମର ପୂର୍ବ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ମୁହଁ ସହ ମିଶି ଯାଉଛି । ଏହି ପାକିସ୍ତାନୀ ଫ୍ୟାନ ଜଣଖ ଧଳା ପୋଷାକ ପିନ୍ଧିଥିଲେ । ଏବଂ ତାଙ୍କର ଲମ୍ବା ଦାଢି ଥିଲା । ଯଦିଓ ଏହା ଅଫିସିଆଲ ଭାବେ ସ୍ପଷ୍ଟ ହୋଇପାରିନାହିଁ କି, ସେହି ଗହଳି ଭିତରେ ଯେଉଁ ବ୍ୟକ୍ତି ବସିଥିଲେ ବାସ୍ତବରେ ସେ ଧୋନୀ ଥିଲେ ଯ୍ଖଶ ବିଶ୍ୱ କପର ଆନନ୍ଦ ନେବାକୁ ସେଠାରେ ପହଂଚିଥିଲେ ନା ଇଏ ଜଣେ ପାକିସ୍ତାନୀ ଫ୍ୟାନ । ଏହି ଫଟୋକୁ ନେଇ ଏବେ ତ ବିଭିନ୍ନ ପ୍ରକାର ଆଲୋଚନା କରାଯାଉଛି ।

୨୦୨୦ ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଲବିଦା କହିଥିବା ପୂର୍ବ ଭାରତୀୟ କପ୍ତାନ ମହେନ୍ଦ୍ର ସିଂ ଧୋନୀ କେବଳ ଆଇପିଏଲ ରେ ହିଁ ନଜର ଆସୁଛନ୍ତି । ଯଦିଓ ସେ ପରବର୍ତୀ ସିଜିନରେ ଖେଳୁଥିବା ନଜର ଆସିବେ କି ନାହିଁ, ସେ ନେଇ କିଛି ସ୍ପଷ୍ଟ ହୋଇନି । ଏହାକୁ ନେଇ ଅନେକ ଆଶା ଆଶଙ୍କା ମନରେ ରହିଛି । ବାସ୍ତବରେ ୧୭ ତମ ସଂସ୍କରଣର ସମାପ୍ତି ପରେ ମାହି, ସିଏସକେ ଟିମ ମ୍ୟାନେଜମେଣ୍ଟକୁ କହିଥିଲେ କି ସେ ଆସନ୍ତା କିଛି ମାସ ଭିତରେ ନିଜ ରିଟାୟାରମେଣ୍ଟ ନେଇ କିଛି ନିଷ୍ପତ୍ତିି ନେବେ ।

Get real time updates directly on you device, subscribe now.