fbpx

ଭି କେ ପାଣ୍ଡିଆନଙ୍କ ନାଁରେ ଇଡିରେ ଅଭିଯୋଗ: ଗିରଫ ଦାବି କଲା ଜଗନ୍ନାଥ ସେନା

ଭୁବନେଶ୍ୱର: ଶ୍ରୀକ୍ଷତ୍ରେ ପରିକ୍ରମା ପ୍ରକଳ୍ପ ନାମରେ ଲୁଟ୍ କରିଥିବା ନେଇ ପାଣ୍ଡିଆନଙ୍କ ନାମରେ ଇଡିରେ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଜଗନ୍ନାଥ ସେନା ପକ୍ଷରୁ କରଯାଇଛି ।

ଭି କେ ପାଣ୍ଡିଆନ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନାର କୋଟି କୋଟି ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନାଁରେ କୋଟି କୋଟି ଟଙ୍କା ଧୂଳିସାତ କରି ଓଡିଶା ଛାଡି ପଳାଇଥିବାର ଆଭିଯୋଗ ହୋଇଛି । ସେହିପରି ମହାପ୍ରଭୁଙ୍କୁ ସବୁଠି ଦୁଆର ଦୁଆର ବୁଲାଇ ଭିକ୍ଷା ମଗାଇବା ଅଭିଯୋଗ ମଧ୍ୟ ଆସିଛି । ଏହା ପ୍ରତି ଜଗନ୍ନାଥ ପ୍ରେମିଙ୍କୁ ବହୁତ ଯନ୍ତ୍ରଣା ଦେଇଛି । ତେଣୁ ପାଣ୍ଡିଆନଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟଙ୍କଠାରେ ଅଭିଯୋଗ ଦାଖଲ କରିଛନ୍ତି ।

Get real time updates directly on you device, subscribe now.