fbpx

ଅଜିତ୍ ଡୋଭାଲଙ୍କ କାର୍ଯ୍ୟକାଳ ବଢିଲା, ତୃତୀୟ ଥର ଲାଗି ହେଲେ  NSA ମୁଖ୍ୟ

ନୂଆଦିଲ୍ଲୀ: ଅଜିତ୍ ଡୋଭାଲ ଜାତୀୟ ସୁରକ୍ଷା ପରାମର୍ଶଦାତା(NSA ) ପଦବୀରେ ପୁନର୍ବାର ତୃତୀୟ ଥର ଲାଗି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବର୍ଷ ୨୦୧୪ରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଅଜିତ୍ ଡୋଭାଲଙ୍କୁ ଜାତୀୟ ସୁରକ୍ଷା ପରାମର୍ଶଦାତା କରାଯାଇଥିଲା । ଏହାପରେ ୨୦୧୯ରେ ତାଙ୍କ କାର୍ଯ୍ୟକାଳ ଅପରିବର୍ତ୍ତିତ ରହିଥିଲା । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ହଟାଇବାରେ ଡୋଭାଲଙ୍କର ବଡ ଭୂମିକା ରହିଥିଲା ।

ଅଜିତ ଡୋଭାଲଙ୍କ ବ୍ୟତିତ ପି.କେ.ମିଶ୍ର ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରଧାନ ସଚିବ ଭାବରେ ଅପରିବର୍ତ୍ତିତ ରହିବେ । ଏଠାରେ ସୂଚାଇ ଦିଆଯାଇପାରେ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୯ ତାରିଖରେ ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ।

Get real time updates directly on you device, subscribe now.